ବେଆଇନ ଗୋ ଚାଲାଣ କରୁଥିବା ପିକଅପ୍ ଧକ୍କାରେ ପ୍ରାଣ ହରାଇଲେ ଯୁବକ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବେଆଇନ ଗୋ ଚାଲାଣ କରୁଥିବା ପିକଅପ୍ ଧକ୍କାରେ ପ୍ରାଣ ହରାଇଲେ ଯୁବକ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଝାରସୁଗୁଡ଼ା: ଝାରସୁଗୁଡ଼ା  ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଡ଼ାଲୋଇ ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ସକାଳ ସାଢେ଼ ୯ଟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାଏଗଡ଼ ପଟରୁ ଝାରସୁଗୁଡ଼ା ଆଡ଼କୁ ଯାଉଥିବା ବେଆଇନ ଗୋ ଚାଲାଣ କରୁଥିବା ଓଡି୧୪ଇ ୨୧୭୦ ନମ୍ବର ବିଶିଷ୍ଟ ଏକ ପିକଅପ୍ ଧକ୍କାରେ କୁଡ଼ାଲୋଇ ନିବାସୀ ପଦ୍ମଲୋଚନ ଗରଡ଼ିଆ(୩୪)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

publive-image

ଏଣେ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଲଖନପୁର ଅତିରିକ୍ତ ତହସିଲଦାର ସଞ୍ଜୀବ ଷଡ଼ଙ୍ଗୀ ଓ ବ୍ରଜରାଜନଗର ପୁଲିସ ଡିଏସପି ଚିନ୍ତାମଣି ପ୍ରଧାନ ଲୋକଙ୍କ ସହିତ ଆଲୋଚନା କରୁଥିଲେ ମଧ୍ୟ ସଫଳ ହୋଇନାହିଁ। ଜାତୀୟ ରାଜପଥ ଉଭୟ ପଟରେ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe