ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ: ମୃତକଙ୍କ ଭାଇ ଆଣିଲେ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ

Advertisment
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ: ମୃତକଙ୍କ ଭାଇ ଆଣିଲେ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ମାଳପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା। ତେବେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ଭାଇ ସୁରେନ୍ଦ୍ର ଠେଲା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ମୃତକ ବଂଶୀ ଠେଲା ଦୀର୍ଘ ବର୍ଷ ହେବ ତାଙ୍କ ଶଶୁର ଘର ମାଳପଡ଼ାରେ ରହୁଥିଲେ। ଗତକାଲି ରାତିରେ ତାଙ୍କ ଶଳା ଶଳାମାନେ ମାଛ ମାରିବାକୁ କହି ଗାଁ ପୋଖରୀକୁ ନେଇ ଯାଇଥିଲେ। ପରେ ଶଳାମାନେ ଘରକୁ ଆସିଥିବା ବେଳେ ଭିଣୋଇ ବଂଶୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ସେମାନେ ବିଦ୍ୟୁତ ଆଘାତରେ ବଂଶୀ ଠେଲାଙ୍କର ମୃତ୍ୟୁ ହୋଇଥିବା କହିଥିଲେ। ତେବେ ଯୋଜନାବଦ୍ଧ ଭାବେ ବଂଶୀଙ୍କୁ ହତ୍ୟା କରିଥିବା ମୃତକଙ୍କ ଭାଇ ସୁରେନ୍ଦ୍ର ଠେଲା ଅଭିଯୋଗ କରିଛନ୍ତି। ଖବର ପାଇ ବଙ୍ଗୋମୁଣ୍ଡା ପୁଲିସ ଶଵ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe