ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାଙ୍ଗିରିପୋଷି - ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍

Advertisment

ଲାଇନରୁ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ

ଲାଇନରୁ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ

ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାଙ୍ଗିରିପୋଷି - ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍

ବାରିପଦା: ବାଙ୍ଗିରିପୋଷି - ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବାର ଖବର ମିଳିଛି। ବିଦ୍ୟୁତକରଣ ପାଇଁ ଟ୍ରେନ ଲାଇନ ଉପରେ ଟଣାଯାଉଥିବା ତାରକୁ କାଟି ଚୋରି କରୁଥିବା ବେଳେ ଟ୍ରେନରେ ଲାଗିଲା ତାର। ଏହି ଚୋରି ଉଦ୍ୟମ ବେଳେ ବାରିପଦା ୱାର୍ଡ ନମ୍ବର୧୭ ର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ବାରିପଦା ସହରର ବାଘଡା ରୋଡ ଶନିମନ୍ଦିର ନିକଟରେ।

ମୃତକ ଜଣକ ହେଉଛନ୍ତି ବାରିପଦା ସହର ୧୭ ନମ୍ବର ୱାର୍ଡର ଚନ୍ଦନ ସରକାର(୨୩)। ଅଘଟଣ ଘଟିବା ପରେ ରେଳ ଧାରଣା ଉପରେ ତାର ପଡ଼ିରହିଥିଲା। ତେଣୁ ସେହି ତାର ଯଦି ଟ୍ରେନ ଚକରେ ଲାଗିଥାନ୍ତା ତେବେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା ବୋଲି କୁହାଯାଉଛି। ଏହି ଘଟଣା କାରଣରୁ ଟ୍ରେନ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଛାଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe