Symbolic picture by voanews.com
ଲକ୍ଷ୍ମୀପ୍ରସାଦ : ସାପ କାମୁଡ଼ାରେ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ମାହାରସାହି ଗ୍ରାମର ଉତ୍ତର ଦେହୁରୀ (୩୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଉତ୍ତର ଅନ୍ୟମାନଙ୍କ ସହ ମିଶି ଜଣଙ୍କ କୂଅରୁ ପଙ୍କ ଉଦ୍ଧାର କରୁଥିଲେ। ଏହି ସମୟରେ ସେଠାରେ ଥିବା ଏକ ନାଗସାପ ଉପରେ ତାଙ୍କ ଗୋଡ଼ ପଡି ଯାଇଥିଲା। ସାପଟି ତାଙ୍କୁ କାମୁଡ଼ି ଦେଇଥିଲା। ଅନ୍ୟମାନେ ତାଙ୍କୁ ବୌଦ୍ଧ ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us