ଶତାଧିକ କୁନି କୁନି ପିଲାଙ୍କୁ ଡ୍ରେସ ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କଲେ ଯୁବକ

Advertisment
ଶତାଧିକ କୁନି କୁନି ପିଲାଙ୍କୁ ଡ୍ରେସ ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କଲେ ଯୁବକ

ଲକ୍ଷ୍ମୀପୁର : ପେସାରେ ଜୀବନ ବୀମା ନିଗମ(ଏଲଆଇସି)ର ଜଣେ କର୍ମଚାରୀ, ହୃଦୟ କିନ୍ତୁ ଅଲଗା ଓ ଅନେକ ସମୟରେ ସାମାଜିକ କାର୍ଯ୍ୟରେ ଲିପ୍ତ। ମାନବିକତାକୁ ଦେଖି ସବୁବେଳେ କିଛି ନା କିଛି ସମାଜ ମଙ୍ଗଳ କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କେତେବେଳେ ଛୋଟ ଛୋଟ ପିଲାଙ୍କୁ ଡ୍ରେସ, ବହି, ଖାତା, ଖେଳନା ପ୍ରଦାନ କରିଥାନ୍ତି ତ କେତେବେଳେ ବୁଢା ବୁଢି ମାନଙ୍କୁ କମ୍ବଳ ଓ ମାସ୍କ, ସାବୁନ ଇତ୍ୟାଦି ଦେଇଥାନ୍ତି। ଏପରିକି ପ୍ରତି ବର୍ଷ ବର୍ଷା ଋତୁର ୩ ମାସ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଚାରା ନିଜ ଟଙ୍କାରେ ଆଣି ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଅନେକ ପାହାଡରେ ବୃକ୍ଷରୋପଣ କରିଥାନ୍ତି। ଏପରି ଜଣେ ନିଆରା ମଣିଷ ହେଲେ ଗୋପେଶ୍ୱର ଗରଡା। ବୟସ ୪୬। ଜୀବନରେ ଅନେକ ସରକାରୀ ଚାକିରି ଛାଡିବା ପରେ ଏବେ କୋରାପୁଟ ଏଲଆଇସି କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟ କରୁଛନ୍ତି।

ପ୍ରତ୍ୟକ ରବିବାର ଛୁଟିଦିନ ହେଲେ କିଛି ନା କିଛି ସମାଜ ମଙ୍ଗଳ କାର୍ଯ୍ୟ ଯୁବକ ମାନଙ୍କୁ ସାଥିରେ ନେଇ କରିଥାନ୍ତି। ଆଜି ଲକ୍ଷ୍ମୀପୁର କନ୍ଧସାହିରେ ପହଚିଂ ଶତାଧିକ କୁନି କୁନି ପିଲା ମାନଙ୍କୁ ଡ୍ରେସ, ମାସ୍କ,ସାବୁନ୍ , କ୍ରିକେଟ୍ ଡିୟୁସ୍ ବଲ୍ ଭଲି ବିଭିନ୍ନ ସାମଗ୍ରୀ ପ୍ରଦାନ କରିଛନ୍ତି। ଜୀବନରେ ଦେବାରେ ସବୁଠୁ ଆନନ୍ଦ ମିଳେ ତେଣୁ ମୁଁ ଦେବାକୁ ଭଲ ପାଏ ଓ ସକ୍ଷମ ଥିବା ପର୍ଯ୍ୟନ୍ତ ଏମିତି ଦେଉଥିବି ବୋଲି ସେ ପ୍ରକାଶ କରିଛନ୍ତି। ବିଗତ କିଛି ଦିନ ତଳେ ହାଟରେ ୫ଶହରୁ ଉର୍ଧ ମାସ୍କ ବାଣ୍ଟି ଥିବା ବେଳେ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଖାତା ପେନ୍ ସହ ଡ୍ରେସ ବଣ୍ଟନ କରିଥିଲେ। ଏପରି ସାମାଜ ମଙ୍ଗଳକାର୍ଯ୍ୟ କରି ସେ ଚର୍ଚାରେ ରହିଥିବା ବେଳେ ତାଙ୍କର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଆଜିର ଏହି ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀବତ୍ସ ଖରା, ଲିଙ୍ଗରାଜ ଗରଡା, ସୁବାସ ମିଣିଆକା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe