ହୋଲି ଖେଳିସାରି ଗାଧୋଉଥିଲେ ଯୁବକ, କେନାଲରେ ବୁଡ଼ିଗଲେ

କୋରାପୁଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଅନ୍ୟ ଜଣେ ଆହତ

ହୋଲି ଖେଳିସାରି ଗାଧୋଉଥିଲେ ଯୁବକ, କେନାଲରେ ବୁଡ଼ିଗଲେ

ସମ୍ବଲପୁର: ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ମଙ୍ଗଳବାର ଦିନ ଅପରାହ୍‌ଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୃଥ୍ୱୀରାଜ ବେହେରା। ସେ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଯାଇଥିଲେ। ଗାଧୋଉଥିବା ବେଳେ କେନାଲର ସୁଅରେ ଭାସିଯାଇଥିଲେ।

ସେପଟେ କୋରାପୁଟରେ ଘଟିଛି ଅଭାବନୀୟ ଘଟଣା। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣାଟି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଂଚାୟତର ଗଦଳା ଗାଁ ନିକଟରେ ଘଟିଛି। ଗିର୍ଲି ଗୁମା ମୁଖ୍ୟ ରାସ୍ତା ବୁଲାଣି ପାଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଆହତଙ୍କୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe