ଦୈତାରୀ ଆଡ଼ିବନ୍ଧରେ ବୁଡ଼ି ଯୁବକ ମୃତ

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

Telegraph India

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ଦୈତାରୀ ଡ୍ୟାମ୍‌ (ଆଡ଼ିବନ୍ଧ)ରେ ଗାଧୋଇବା ବେଳେ ବୁଡ଼ିଯାଇ ଦୈତାରୀ ଗ୍ରାମର ଦିବାକର ତନ୍ତୀ (୪୨)ଙ୍କ ମୃତ୍ୟୁ ଘଟିଛି। ଦିବାକର ଡ୍ୟାମ୍‌ରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ପାଣିରୁ ଉଦ୍ଧାର କରିଲା ବେଳକୁ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଦୈତାରୀ ଥାନା ଏସ୍‌ଆଇ ମାନସ ରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପାଠଇଛନ୍ତି। ଏନେଇ ଥାନାରେ କେସ୍‌ ନମ୍ବର ୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe