ମୟୂରଭଂଜରେ ସାମ୍ନାକୁ ଆସିଲା ଭୋକର କରୁଣ ଚିତ୍ର: ଅଳିଆଗଦାରରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ଯୁବକ

Advertisment
ମୟୂରଭଂଜରେ ସାମ୍ନାକୁ ଆସିଲା ଭୋକର କରୁଣ ଚିତ୍ର: ଅଳିଆଗଦାରରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ଯୁବକ

ବେତନଟୀ ସଦର: ପୁଣି ଥରେ ସାମ୍ନାକୁ ଆସିଛି ଭୋକର କରୁଣ ଚିତ୍ର। ଅଳିଆ ଆବର୍ଜନା ଭିତରୁ ପଚାସଢ଼ା ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ଜଣେ ଯୁବକ। ଏଭଳି ଏକ ବିଚଳିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଅଞ୍ଚଳରେ। ସ୍ଥାନୀୟ ବଜାରସ୍ଥିତ ମୁଖ୍ୟ ରାସ୍ତାକଡ଼ ଏକ ଫାଷ୍ଟଫୁଡ଼ ପଛପଟରେ ଭୋକରେ ଆଉଟୁପାଉଟୁ ହେଉଥିବା ଯୁବକ ଜଣକ ଅଳିଆଗଦା ଭିତରୁ ଖାଦ୍ୟ ଖୋଜୁଛନ୍ତି। ଜଣେ ଯୁବକ କୁଢ଼କୁଢ଼ ଅଳିଆ ଆବର୍ଜନା ରହିଥିବା ସ୍ଥାନରୁ ପଚାସଢ଼ା ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି। ଏଭଳି ଲୋକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ସତ୍ତ୍ବେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଯୁବକ ଜଣକ ମାନସିକ ବିକୃତ ତଥା ଭୋକ ଜ୍ବାଳାରେ ପଚାସଢ଼ା ଖାଦ୍ୟ ଖାଉଥିବା ଅନୁମାନ କରାଯାଉଛି। ଏହି ଯୁବକ ଜଣକ ଦୀର୍ଘଦିନ ଧରି ବୈଶିଙ୍ଗା ଅଞ୍ଚଳରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଦୁର୍ଗନ୍ଧ ଯୁକ୍ତ ପରିବେଶରେ ଅଳିଆ ଆବର୍ଜନା ଫିଙ୍ଗିବାକୁ ମାସ୍କ ପିନ୍ଧି ଯିବାକୁ ପଡୁଥିବା ବେଳେ ଜଣେ ଯୁବକ ଭୋକର ଜ୍ଵଳାରେ ଘାଣ୍ଟି ଘାଣ୍ଟି ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି। ଦୁର୍ଗନ୍ଧ ବାସ୍ନାରେ ଯେଉଁଠି ଅଣନିଶ୍ବାସୀ ଲାଗେ ସେଠାରେ ଯୁବକ ଜଣକ ଭୋକର ଜ୍ଵାଳା ସହି ନପାରି ପଚା ସଢ଼ା ଖାଦ୍ୟ ସଂଗ୍ରହ କରି ଖାଉଥିବା ବାରମ୍ବାର ଦେଖାଯାଉଛି।

ଅନ୍ୟପଟେ ଏ ପଚାସଢ଼ା ଖାଦ୍ୟ ଖାଇ କେତେବେଳେ ବି କୌଣସି ଅଘଟଣ ଘଟି ଯାଇପାରେ ତାହା କହି ହେବ ନାହିଁ। ଏପରି ଅଭାବନୀୟ ଦୃଶ୍ୟ ମୁଖ୍ୟ ରାସ୍ତାକଡ଼ରେ ବାରମ୍ବାର ଦେଖିବାକୁ ମିଳିଥିଲେ ମଧ୍ୟ ପ୍ରଶାସନ କିମ୍ବା କାହାରି ବି ଦୃଷ୍ଟି ଏଥିପ୍ରତି ପଡ଼ି ପାରୁନାହିଁ, ଯାହାକି ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ସରକାରଙ୍କ ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ଯୁବକଙ୍କୁ ଠାବ କରାଯିବା ସହିତ ତାଙ୍କର ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇ ତାକୁ ଥଇଥାନ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe