ଭଡାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଙ୍ଗଦାନ କଲେ ପରିବାର

Advertisment
ଭଡାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଙ୍ଗଦାନ କଲେ ପରିବାର

ଦଶରଥପୁର: ମୃତ୍ୟୁ ପରେ ବି ଜିବୀତ ରହିବେ ପ୍ରକାଶ। ପୁଅର ମୃତ୍ୟୁ ପରେ ପରିବାର ଲୋକେ ଅଙ୍ଗ (ଆଖି) ଦାନ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଂଚଳରେ। ମଙ୍ଗଳପୁର ଥାନା ଥାଲକୁଡ଼ି ପଞ୍ଚାୟତ କରାଣ୍ଡିପୁର ଗ୍ରାମ ପିତାମ୍ବର ସାମଲଙ୍କ ପୁଅ ପ୍ରକାଶ ସାମଲ (୩୧)ଙ୍କ ମୃତ ଶାରୀରକୁ ଝୁଲନ୍ତା ଅବସ୍ଥାରେ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଭଡାଘରୁ ସ୍ଥାନୀୟ ପୁଲିସ୍ ଉଦ୍ଧାର କରିଛି।

ପ୍ରକାଶ ଭୁବନେଶ୍ୱରରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ରସୁଲଗଡ଼ ଠାରେ ଏକ ଭଡା ଘରେ ପ୍ରକାଶ ତାର ସ୍ତ୍ରୀ ଏବଂ ପୁଅ ସହ ରହୁଥିଲେ। ବୁଧବାର ଦିନ କରାଣ୍ଡିପୁର ଗାଁକୁ ଆସି ନିଜ ଭଉଣୀ ଠାରୁ ରାଖି ବାନ୍ଧି ଅପରାହ୍ନ ୩ଟାରେ ପୁନଶ୍ଚ ଭୁବନେଶ୍ୱରକୁ ଚାଲିଯାଇଥିଲେ। ଆଜି ସକାଳୁ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସ୍ତ୍ରୀ ଅନ୍ୟ ଏକ ଘରେ ବସିରହିଥିବା ବେଳେ ପ୍ରକାଶ ଶୋଇବା ଘରକୁ ଯାଇ ଭିତରପଟୁ କାବାଟ ବନ୍ଦ କରିଦେଇଥିଲେ। ସକାଳ ୯ଟାରୁ ୧୧ଟା ପର୍ଯନ୍ତ କାବାଟ ନଖୋଲିବାରୁ ସ୍ତ୍ରୀ କବାଟ ବଡାଇଥିଲେ। ମାତ୍ର କୌଣସି ଉତ୍ତର ନମିଳିବାରୁ ଭଡାଘରେ ରହୁଥିବା ଅନ୍ୟ ପଡୋଶୀମାନଙ୍କୁ ଡାକିଥିଲେ। କିଛି ଲୋକ ଆସି ବହୁ ସମୟ ଧରି କବାଟ ବାଡାଇ ଡାକିବାରୁ କୌଣସି ଉତ୍ତର ମିଳିନଥିଲା। ଏଣୁ ସ୍ଥାନୀୟ ପୁଲିସକୁ ଖବର ଦିଆଯାଇଥିଲା। କବାଟ ଭାଙ୍ଗି ଦେଖିବାବେଳକୁ ପ୍ରକାଶ ବେକରେ ରଶି ଦେଇଦେଇ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଏଥିନେଇ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରେ ପରିବାର ଲୋକ ପୁଅର ଅକାଳ ମୃତ୍ୟୁ ପାଇଁ ଏକ କଠୋର ନିଷ୍ପତ୍ତି ନେଇଥିଲେ। ପ୍ରକାଶ ମତ୍ୟୁ ପରେ ଯେମିତି ତା ଆଖିରେ ଅନ୍ୟ ଜଣେ କେହି ଦୁନିଆକୁ ଦେଖିପରେ ଏଭଳି ଚିନ୍ତାକରିଥିଲେ। ଏଣୁ ଭୁବନେଶ୍ୱର ପଟିଆସ୍ଥିତ ଏକ ଘରୋଇ ଆଖି ଚିକିତ୍ସାଳୟରେ ପୁଅର ଆଖି ଦନ କରିଥିଲେ। ରାଜଧାନୀ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ଗାଁକୁ ଅଣାଯାଇଥିଲା ମୃତଦେହ। ସମଗ୍ର ଅଂଚଳ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିବା ବେଳେ ଭାଇ ବିକାଶ ମୁଖାଗ୍ନି ଦେଇଥିଲେ। ଏଭଳି କାର୍ଯ୍ୟ ଶୁଣିବା ପରେ ସମଗ୍ର ଅଂଚଳରେ ପରିବାର ଲୋକଙ୍କୁ ପ୍ରଶଂସା କରୁଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe