Advertisment

ଋଣ ଭାର ସହିପାରିଲେନି, ବେକରେ ଶାଢ଼ି ବାନ୍ଧି ଝୁଲିପଡ଼ିଲେ

Advertisment
ଋଣ ଭାର ସହିପାରିଲେନି, ବେକରେ ଶାଢ଼ି ବାନ୍ଧି ଝୁଲିପଡ଼ିଲେ

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଛତ୍ରପୁର ଗ୍ରାମରେ ଆଜି ରାତିରେ ଋଣ ଭାର ସହି ନପାରି ଘର ଗଡାଣରେ ଜଣେ ଯୁବକ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଏହି ଗ୍ରାମର ବସନ୍ତ ସାମଲଙ୍କ ପୁଅ ଉମେଶ ସାମଲ (୩୫) ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ସେ ଏକ ଘରୋଇ ବ୍ୟାଙ୍କରୁ ଏକ ବାଇକ ଲୋନରେ ଆଣିବା ସହିତ ପ୍ରାୟ ୫୦ ହଜାର ଟଙ୍କାର ହାତ ଉଧାରୀ ଋଣ କରିଥିଲେ। କିନ୍ତୁ ଆଜି ଅପରାହ୍ନରେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀମାନେ ତାଙ୍କ ଘରେ ପହଞ୍ଚି ଟଙ୍କା ଦେବାକୁ ତାଗିଦ କରିଥିଲେ। ତାଙ୍କ ସ୍ତ୍ରୀ ଟଙ୍କା ଦେବାକୁ ଅସହାୟତା ପ୍ରକାଶ କରିଥିଲେ ସୁଦ୍ଧା ବ୍ୟାଙ୍କ କର୍ମଚାରୀ ମାନେ ତାଙ୍କ କଥା ଶୁଣି ନଥିଲେ। ଫଳରେ ଏଥିରେ ଭାରସାମ୍ୟ ହରାଇ ଉମେଶ ନିଜ ଶୋଇବା ଘର ଗଡାଣରେ ବେକରେ ଶାଢ଼ି ବାନ୍ଧି ଝୁଲି ପଡ଼ିଥିଲେ।

ଏହା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe