ମହୁ ସଂଗ୍ରହ ବେଳେ ଅଘଟଣ: ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତ ଭେଜିପଦର ଗାଁରେ ମହୁ ସଂଗ୍ରହ କରୁଥିବା ସମୟରେ ଗଛରୁ ଖସିପଡ଼ି ପ୍ରଦୀପ ମଲ୍ଲିକ (୩୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ପ୍ରକାଶ ଯେ, ଗ୍ରାମର ରତ୍ନାକର ମଲ୍ଲିକଙ୍କ ପୁଅ ପ୍ରଦୀପ ଶୁକ୍ରବାର ରାତି ପ୍ରାୟ ୮ଟାରେ ନିକଟସ୍ଥ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ଏକ ଗଛରେ ଚଢ଼ି ମହୁଫଣାରୁ ମହୁ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମହୁମାଛିମାନେ ଆକ୍ରମଣ କରିଥିଲେ। ଫଳରେ ଅସାବଧାନତା ହେତୁ ସେ ଗଛରୁ ଖସିପଡ଼ିଥିଲେ। ବଘିଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ତପନ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe