ରାଉରକେଲା : ଛୁରି ମାଡ଼ରେ ଯୁବକ ଗୁରୁତର 

Advertisment
ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ: ମହିଳାକୁ ଦୁଷ୍କର୍ମ ଉଦ୍ୟମ, ସ୍ୱାମୀଙ୍କୁ ହାଣକାଟ

DNA India

ରାଉରକେଲା : ଗୋପବନ୍ଧୁପାଲୀରେ ଛୁରା ମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ ଲାଠିକଟାର ସୁନୀଲ ମୁଣ୍ଡା। ପେଟରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ଏବଂ ପରେ ଆଇଜିଏଚ୍‌ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୁନୀଲ ଭଉଣୀଙ୍କ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଗୁରୁବାର ଅପରାହ୍ନରେ ସୁନୀଲ ଗୋପବନ୍ଧୁପାଲୀର ତାଙ୍କ ଭଉଣୀଙ୍କ ଘରକୁ ବୁଲି ଆସିଥିଲେ। ଭଉଣୀଙ୍କ ଘର ଆଗରେ ଠିଆ ହୋଇଥିବାବେଳେ ବସ୍ତିର କିଛି ଯୁବକ ମାଡ଼ପିଟ୍‌ ହେଉଥିଲେ। ସୁନିଲ ସେମାନଙ୍କୁ ବୁଝାସୁଝା କରିଥିଲେ। ଦୁଇ ଯୁବକ ଓଲଟା ସୁନୀଲଙ୍କ ସହ ପାଟିତୁଣ୍ଡ କରିଥିଲେ। ପ୍ରତିବାଦ କରିବାରୁ ଜଣେ ଯୁବକ ଛୁରି ବାହାର କରି ସୁନୀଲଙ୍କୁ ପ୍ରାଣାତ୍ମକ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe