ପ୍ରେମ ବିବାହକୁ ସ୍ବୀକାର କଲେନି ପରିବାର ‌ଲୋକେ! ରେଳଧାରଣାକୁ ଡେଇଁଲେ ପ୍ରେମୀଯୁଗଳ

Advertisment
ପ୍ରେମ ବିବାହକୁ ସ୍ବୀକାର କଲେନି ପରିବାର ‌ଲୋକେ! ରେଳଧାରଣାକୁ ଡେଇଁଲେ ପ୍ରେମୀଯୁଗଳ

କେସିଙ୍ଗା: ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ପ୍ରେମିକ ଏବଂ ପ୍ରେମିକା ଚରମ ନିଷ୍ପତ୍ତି ନେଇଛନ୍ତି। କଲହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ତେଲ ନଦୀ ରେଳ ବ୍ରିଜରେ ମାଲବାହୀ ଟ୍ରେନ୍‌ ଯାଉଥିବା ବେଳେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମିକା ନାବାଳିକାର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପ୍ରେମିକ ଘନଶ୍ୟାମ ବାଗ ମୃତ୍ୟୁ ଶହ ଡାକ୍ତରଖାନାରେ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁସାରେ କେସିଙ୍ଗା ବ୍ଲକ ବିନେକେଲା ଗାଁର ଘନଶ୍ୟାମ ବାଗ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ଭଲ ପାଉଥିଲେ। ନାବାଳିକାକୁ ସେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ଲୋକେ ଏଥିରେ ପତିବନ୍ଧକ ସାଜିଥିଲେ। ଶେଷରେ ଉଭୟ ପ୍ରେମିକ-ପ୍ରେମିକା ଘର ଛାଡ଼ି ପଳାଇଥିଲେ। ଆଜି ଅପରାହ୍‌ଣରେ ତେଲ ନଦୀ ରେଳପୋଲ ନିକଟ ଦେଇ ଯାଇଥିବା ଟ୍ରେନ୍‌ଲାଇନ୍‌ରେ ଏକ ମାଲଗାଡ଼ି ଯାଉଥିବା ବେଳେ ଏହାର ଆଗକୁ ହାତଧରାଧରି ହୋଇ ଡେଇଁପଡ଼ିଥିଲେ। ଟ୍ରେନ୍‌ ମାଡ଼ିଯିବା କାରଣଣୁ ପ୍ରେମିକାର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକଙ୍କୁ ଗୁରୁତର ଆହତ ହୋଇ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଟିଟିଲାଗଡ଼ ଜିଆରପି ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe