Representative image
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡରେ ଥିବା ପ୍ରସିଦ୍ଧ ଧବଳେଶ୍ବର ମନ୍ଦିର ନିକଟ ମହାନଦୀର ବ୍ରିଜରୁ ଡେଇଁପଡ଼ିଥିବା ଜରେ ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ନଦୀରୁ ଉଦ୍ଧାର ହୋଇଥିବା ଯୁବକ ହେଲେ ସନ୍ତୋଷ କୁମାର ବାରିକ (୧୯)।
ସୂଚନା ଅନୁସାରେ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ କଡ଼ିବନ୍ଧ ଗାଁର ସନ୍ତୋଷ କୁମାର ଆଜି ମହାନଦୀର ଧବଳେଶ୍ବର ବ୍ରିଜ୍ରୁ ତଳକୁ ଡେଇଁପଡ଼ିଥିଲେ। କିନ୍ତୁ ନଦୀର ଜଳସ୍ରୋତ କମ ଥିବାରୁ ସେ ବୁଡ଼ି ଯାଇ ନ ଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସଠିକ ସମୟରେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେମାନେ ସନ୍ତୋଷଙ୍କୁ ଉଦ୍ଧାର କରିଥିଲେ। ସନ୍ତୋଷଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଗଗନ ପରିଡାଙ୍କ ବଡ଼ ଭୂମିକା ଥିଲା। ତେବେ ସନ୍ତୋଷ ନଦୀକୁ କାହିଁକି ଡେଇଁଥିଲେ, ଏହାର କାରଣ ଜଣାପଡ଼ି ନାହିଁ। ତେବେ ପାରିବାରକ ଅଶାନ୍ତି କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।
Follow Us