ଯୁବଚାଷୀଙ୍କୁ ଗୋଡ଼େଇ ଗୋ‌ଡ଼େଇ କାମୁଡ଼ି ଜୀବନ ନେଲା ଭାଲୁ

ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଦଳବେଡା ଗ୍ରାମରେ ଆଜି ଭାଲୁ ଉଗ୍ର ରୂପ ଧାରଣ କରି ଯୁବଚାଷୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ଜୀବନ ନେଇଛି। ଘଟଣା ସମୟରେ ଚାଷୀ ଜଣକ ବିଲରେ କାମ କରୁଥିଲେ।

ମା’ ହେଲା ନନ୍ଦନକାନନ ଭାଲୁୁ ‘ଲିଜା’

ଚନ୍ଦାହାଣ୍ଡି: ଚାଷଜମୀରେ ଯୁବଚାଷୀଙ୍କୁ ଭାଲୁ ଆକ୍ରମଣ କରିଛି। ଜୀବନ ବଞ୍ଚାଇବା ପାଇଁ ଯୁବକ ଜଣକ ଉଦ୍ୟମ କରୁଥିବା ବେଳେ ଭାଲୁ କବଳରୁ ଖସିପାରି ନାହାନ୍ତି। ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଦଳବେଡା ଗ୍ରାମରେ ଆଜି ଭାଲୁ ଉଗ୍ର ରୂପ ଧାରଣ କରି ଯୁବଚାଷୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ଜୀବନ ନେଇଛି। ମୃତ ବ୍ୟକ୍ତି ହେଲେ ଗୋପୀ‌ ଗୌଡ଼ (୩୯)। 

ସୂଚନା ଅନୁସାରେ ଗଙ୍ଗାଧର ଗୌଡ଼ଙ୍କ ପୁଅ ଗୋପୀ ଆଜି ସକାଳେ ଗ୍ରାମ ନିକଟସ୍ଥ ନିଜ ଚାଷ ଜମିକୁ ବିରୀ ଅମଳ କରିବା ନିମନ୍ତେ ଯାଇଥିଲେ। ସେଠାରୁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ତେଣୁ ପରିବାର ଲୋକ ବ୍ୟସ୍ତ ହୋଇ ଚାଷ ଜମିକୁ ଖୋଜିବାକୁ ଯାଇଥିଲେ। ଚାଷ ଜମି ନିକଟସ୍ଥ ଏକ ନାଳ ନିକଟରେ ରକ୍ତାକ୍ତ ଅବସ୍ଥାରେ ଗୋପୀଙ୍କୁ ଦେଖିଥିଲେ। ଗୋପୀଙ୍କୁ ଏହି ଆକ୍ରମଣ କରିବା ସହିତ ଶରୀରର କିଛି ଅଂଶକୁ ଖାଇଯାଇଥିବା ନେଇ ଗ୍ରାମର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୃସିଂହ ମାଝୀଙ୍କୁ ଖବର ଦେଇଥିଲେ।

ନବରଂଗପୁର ଜିଲ୍ଲାରେ ଭାଲୁ ଆକ୍ରମଣରେ ମନୁଷ୍ୟଙ୍କ ଜୀବନ ଯିବା ଘଟଣା ନୂଆ ନହେଁ। ପୂର୍ବରୁ ମଧ୍ୟ ଏଭଳି ଅଘଟଣ ଅନେକ ଥର ଘଟିଛି। ଆଦିବାସୀ ଅଧ୍ୟୁଷିତ ଗାଁଗୁଡ଼ିକର ଚାଷଜମି ଜଙ୍ଗଲ ନିକଟରେ ଥାଏ। ଭାଲୁମାନେ ଖାଦ୍ୟ ଅନ୍ମେଷଣରେ ଆସି ଚାଷୀ ଓ ସାଧାରଣ ଜନତାଙ୍କୁ ଆକ୍ରମଣ କରିଥାନ୍ତି। ଅନେକ ସମୟରେ ଭାଲୁ ଗାଁକୁ ମଧ୍ୟ ଆସିଥାଏ।

ଭାଲୁଟି ଗୋପୀଙ୍କ ମୁଣ୍ଡ, କାନ, ନାକ  ଏବଂ  ଦେହର  ବିଭିନ୍ନ ସ୍ଥାନକୁ କାମୁଡ଼ି କ୍ଷତବିକ୍ଷତ କରିଦେଇଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲକୁ ଯାଇ ଗୋପୀଙ୍କ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଶବ ଅଣାଯାଇନଥିବା ସହ ଏନେଇ ଏତଲା ଦେଇନଥିବା ସହ ଶବ ଅଣାଯାଇନଥିବା ଜଣାପଡିଛି। ଏହି ଖବର ଜଣାପଡିବା ପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତାଙ୍କ ଆର୍ଥିକ  ଅବସ୍ଥା ଭଲ ନଥିବାରୁ ତାଙ୍କ ପରିବାରକୁ ସରକାରୀ  ସହାୟତା  ଯୋଗାଇଦେବାକୁ ଗ୍ରାମବାସୀ  ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe