ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ଯୁବକକୁ ପୁଲିସ ଇନଫର୍ମର ସଂଦେହରେ ନିର୍ଦ୍ଧୁମ ପିଟିବା ପରେ ତାକୁ ଗୁଳିକରି ହତ୍ୟା କରିଛନ୍ତି। ମର୍ଦାପାଲ ଥାନା ଅନ୍ତର୍ଗତ ଖଡଖଡି ଗ୍ରାମର ଜଣେ ଯୁବକ ନକ୍ସଲ ବିରୋଧରେ ପୁଲିସକୁ ଖବର ଦେଉଥିବା ନେଇ ନକ୍ସଲ ଜାଣିବା ପରେ ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ପହଞ୍ଚି ସେହି ସୋମା ନାମକ ଯୁବକ ଜଣକୁ ଖୋଜିଥିଲେ। ସୋମାଙ୍କ ଘର ଚିହ୍ନଟ ହେବା ପରେ ତାକୁ ଘରୁ ଉଠାଇ ଜଂଗଲ ଭିତରକୁ ନେଇଯାଇଥିଲେ।ସେଠାରେ ତାକୁ ପୁଲିସ ଇନଫର୍ମର କହିବା ସହ କମ୍ରେଡ ବର୍ଗେସକୁ ପୁଲିସ ଦ୍ବାରା ହତ୍ୟା କରାଇବାର ଅଭିଯୋଗ କରି ଗୁଳି କରି ହତ୍ୟା କରିଥିଲେ। ହତ୍ୟା ପରେ ଶବକୁ ଗାଁରେ ଶେଷ ମୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏଥିସହ ଏକ ପୋଷ୍ଟର ମଧ୍ୟ ଛାଡିଯାଇଥିଲେ। ଏହି ପୋଷ୍ଟରରେ ସୋମା ପୁଲିସ ସହ ମିଶି ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେବା ସହ ଗତ ମାର୍ଚ୍ଚ ୧୧ ତାରିଖରେ ଆଦାବାଲ ଟୋଡାବେଡା ନିକଟରେ ଜଣେ କମ୍ରେଡକୁ ହତ୍ୟା କରାଇଥିଲା। ତେଣୁ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଇଛି।ଏହି ମୃତ୍ୟୁ ଦଣ୍ଡ ପାଇଁ ପର୍ଦପାଲର ଟିଆଇ ଏବଂ ରାମୁ ବୋଲି ନକ୍ସଲ ଉଲ୍ଲେଖ କରିଛନ୍ତି। ଯିଏ ବି ପୁଲିସର ସୂଚନାଦାତା ପାଲଟିବ ସେମାନଙ୍କୁ ଜନତା କେବେ ମଧ୍ୟ ଛଆଡିବେ ନାହିଁ ବୋଲି ନକ୍ସଲ କହିଛନ୍ତି। ପୂର୍ବ ବସ୍ତର ଡିଭିଜନର ମାଓନେତା ଏହି ଘଟଣାକୁ ଘଟାଇଥିବା କହିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ପୁଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ
Advertisment
Follow Us