ନୃଶଂସ ହତ୍ୟାକାଣ୍ଡ: ବିବାହିତ ଯୁବକଙ୍କୁ ପିଟିପିଟି ମାରିଦେଲେ ଚାରିଜଣ ଯୁବକ

Advertisment
ନୃଶଂସ ହତ୍ୟାକାଣ୍ଡ: ବିବାହିତ ଯୁବକଙ୍କୁ ପିଟିପିଟି ମାରିଦେଲେ ଚାରିଜଣ ଯୁବକ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଙ୍ଗଗୁଡା ଗ୍ରାମରେ ଏକ ନୃଶଂସ ହତ୍ୟାକାଣ୍ଡ  ଘଟଣା ଘଟିଛି। ଚାରିଜଣ ଯୁବକ ଗାଁ ମଧ୍ୟରେ ପଶି ଜଣେ ବିବାହିତ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଥବୀର ଯାନୀ (୩୫)। ଥାନାରେ ଅଭିଯୋଗ ହେବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟନ୍ତ ହରିଜନ (୨୩), ରହିତ ହରିଜନ (୨୪) ଓ ଆବୁ ସଲାମ ନାଗ (୨୬)। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି।

ସୂଚନା ଅନୁଯାୟୀ ନରସିଙ୍ଗଗୁଡା ଗ୍ରାମର ଥବିର ଯାନୀଙ୍କ ସଂସାର କହିଲେ ନିଜ ସ୍ତ୍ରୀ ପଦ୍ମା ଯାନୀଙ୍କ ସମେତ ଦୁଇ ପୁଅ ଏବଂ ଗୋଟିଏ ଝିଅ। କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି। ପରିବାର ପ୍ରତିପୋଷଣ କରିବାକୁ ଥବିର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଏକ ସପ୍ତାହ ହେଲା ନରସିଙ୍ଗଗୁଡା ଗ୍ରାମକୁ ଆସିଥିଲେ। ତେବେ ଗତକାଲି ଅପରାହ୍ନ ସାଢ଼େ ୩ ଘଣ୍ଟା ସମୟରେ ଥବିର ଗ୍ରାମର ଏକ ଦଶାହ କାର୍ଯ୍ୟରେ ଉପସ୍ଥିତ ଥିଲେ। ଏହି ସମୟରେ ଚାରିଜଣ ଯୁବକ ଦୁଇଟି ବାଇକ ଯୋଗେ ଆସି ଥବିରକୁ ଡାକି ଜଣଙ୍କ ଘରେ ବସି ମଦ୍ୟପାନ କରୁଥିଲେ। ମଦ୍ୟପାନ ସମୟରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇଁ ବଚସା ହୋଇଥିଲା। ଏଥିରେ ଉଥକ୍ଷିପ୍ତ ହୋଇ ଚାରିଜଣ ଯୁବକ ଥବିରଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ରେ ଯୁବକ ଜଣଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ବିଧା ଗୋଇଠା ମାଡ଼ରେ ଯୁବକ ଜଣଙ୍କ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହାପରେ ସମ୍ପୃକ୍ତ ଯୁବକ ମାନେ ଫେରାର ହୋଇ ଯାଇଥିଲେ।

ଅଭିଯୁକ୍ତମାନେ ଲାତ ଗୋଇଠା ମାଡ଼ ସହ ଠେଙ୍ଗାରେ ଥବିରଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଯୁବକ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବରଙ୍ଗପୁର ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା।

ଏନେଇଁ ଥବିର ଯାନୀଙ୍କ ଭିଣେଇ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପାପଡାହାଣ୍ଡି ଏସ.ଡି.ପି.ଓ ଆଦିତ୍ୟ ସେନ, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଯୁବକ ମାନେ ହେଲେ ଜୟନ୍ତ ହରିଜନ, ରହିତ ହରିଜନ, ଆବୁ ସଲାମ ନାଗ ବୋଲି ପୁଲିସ ସୂଚନା ଦେଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଜଣେ ଯୁବକ ଫେରାର ଥିବାରୁ ତାକୁ ଗିରଫ ପାଇଁ ପୁଲିସ ତନାଘନା ଚଳେଇଛି। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିବା ବେଳେ ଆଇଆଇସି ପ୍ରମୋଦ ନାୟକ କେଶର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe