ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ, ହତ୍ୟା ସନ୍ଦେହ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ରାଇରଙ୍ଗପୁର/ବାଦାମପାହାଡ଼: ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଥା ସୁଲେଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ ଯେ କୁସୁମୀ ମାଝୀସାହି ରାସ୍ତା କଡରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବାର ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାଦାମପାହାଡ଼ ଥାନା ଓ ସୁଲେଇପାଟ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଛନ୍ତି । ମୃତ ଯୁବକ କୁସୁମୀ କହଲ ସାହିର ନାଥ ନାଏକ (୩୦)ଙ୍କ ରକ୍ତ ଜୁଡୁବୁଡୁ ମୃତ୍ୟଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରେ କୁରାଢ଼ି ପଡ଼ିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। କୁରାଢ଼ି ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe