ସଂଗବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

Advertisment
ପନିକିରେ ହାଣି ମହିଳାଙ୍କୁ ହତ୍ୟା

The Hans India

ରେଙ୍ଗାଲି: ସଂଗବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରେଙ୍ଗାଲି ଥାନା କେଉଟଡିହିର ଅଜିତ କୁମାର ଖରସେଲ୍‌ଙ୍କ ପୁତୁରା ଡାକ୍ତର ଓରାମ(୨୦)ଙ୍କୁ ସଂଗବଦ୍ଧ ଭାବେ କିଛି ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ସମୟରେ କିଛି ଯୁବକ ମିଶି ଖଣ୍ଡା, ଭୁଜାଲି, ଛୁରି ଧରି ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପେଟ, ହାତ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ରେଙ୍ଗାଲି ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମ୍‌ସାର୍‌ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ନେଇ ଅଜିତ କୁମାର ଖରସେଲ୍‌ ଶନିବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ୨ ନାବାଳଙ୍କ ସମେତ ୮ ଜଣଙ୍କୁ ଧରିଥିଲା। ଏହି ମାମଲାରେ ସଦର ଥାନା ଗେଙ୍ଗୁଟିପାଲିର ଅଶୋକ ମୁଣ୍ଡା(୨୫), ରେଙ୍ଗାଲି ଥାନା କିଶାନନଗରର ତରୁଣ ଓରାମ୍‌(୨୦), ସିଆନବାହାଲ୍‌ର ସମୀର ଓରାମ(୧୯), କାଲିଆପଡ଼ାର ସତ୍ୟାନନ୍ଦ ଓରାମ(୨୫) ଓ ଶିବ ଓରାମ(୧୯) ଏବଂ ଝାରସୁଗୁଡ଼ା ଲଖନ୍‌ପୁର କେରୁଆଲବାହାଲର ପ୍ରମୋଦ ଓରାମ(୧୯)କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ତା ସହିତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୨ ନାବାଳକଙ୍କୁ ମଧ୍ୟ ପୁଲିସ ରବିବାର କିଶୋର ନ୍ୟାୟ ବୋର୍ଡରେ ହାଜର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe