ସାପକୁ ଧରି ଖେଳ ଖେଳିବା ମହଙ୍ଗା ପଡିଲା, ନାଗ କାମୁଡାରେ ଯୁବକର ମୃତ୍ୟୁ

ସାପକୁ ଧରି ଖେଳ ଖେଳିବା ମହଙ୍ଗା ପଡିଲା, ନାଗ କାମୁଡାରେ ଯୁବକର ମୃତ୍ୟୁ

ମାଲକାନଗିରି: ସଭ୍ୟ ଶିକ୍ଷିତ ସମାଜର ଯୁବପିଡ଼ି ମାନେ ସେଲ୍ଫି ନେବା ଓ ସାମାଜିକ ଗଣମାଧ୍ୟମରେ ନିଜ ନିଜର ଫଟୋ ଭିଡିଓ ଛାଡି ଲାଇକ ଓ କମେଣ୍ଟ ପାଇଁ ବାୟା ହେବା ଘଟଣା କିଛି ନୁଆ ନୁହେ। ତେବେ ସଫ୍ଲି ବହୁ ଲୋକଙ୍କ ଜୀବନ ନେଇସାରିଲାଣି। ହେଲେ ମଧ୍ୟ ଲୋକେ ସଚେତନ ହେଉନଥିବା ଦେଖିବାକୁ ମିଳିଛି। ଏଭଳି ଏକ ସଦ୍ୟତମ ଘଟଣା କ୍ରମରେ ଜଣେ ଯୁବକ ବିଷ ଧର ନାଗ ସାପକୁ ଧରି ତା ସହିତ ଖେଳିବା ଓ ସେଲ୍ଫି ନେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସାପଟିକୁ ବାରମ୍ବାର ଖେଳାଇ ମୁହଁ ନିକଟକୁ ନେଇ କିସ ଦେବା ବେଳେ ସାପଟି ଯୁବକ ମୁହଁକୁ ଚୋଟ ମାରିବା ଭଳି ଦୃଶ୍ୟର ଭିଡିଓ ଭାଇରାଲ ହୋଇଛି। ଶେଷରେ ଯୁବକଟି ନାଗ ସର୍ପ ଧ୍ଵଂସନ ରେ ମୃତ୍ୟଘଟିଥିବାର ଜଣାପଡ଼ିଛି।

ଏପରି ସ୍ପର୍ଶକାତର ଘଟଣା ମାଲକାନଗିରି ବ୍ଲକର ଗଙ୍ଗଲା ଗ୍ରାମରେ ଘଟିଛି। ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ନାଗ ସାପଟିଏ ପସିଯାଇଥିବାରୁ ଗ୍ରାମର ଅଜୟ ପଟକା ନାମକ ଜଣେ ଆଦିବାସୀ ଯୁବକ ଉକ୍ତ ସାପଟିକୁ କୌଶଳ କ୍ରମେ ଧରିନେଇଥିଲେ। ନିଜର ବାହାଦୂର ଦେଖାଇ ସୋସିଆଲ ମେଡିଆରେ ଭିଡିଓ ଛାଡିବା ପାଇଁ ବିଷଧର ନାଗ ସାପଟି ସହିତ ଖେଳିଥିଲେ।ଭିଡିଓରେ ଦେଖାଯାଉଛି କି ସାପଟିକୁ ବାରମ୍ବାର ସେ ଚୁମ୍ବନ କରୁଥିଲେ।ସାପ ସହ ଖେଳିବା ବେଳେ ସାପଟିକୁ ନିଜ ମୁହଁ ନିକଟକୁ ନେଇ ଚୁମ୍ବନ ଦେବା ସେଲ୍ଫି ନେବା ବେଳେ ସାପଟି ତାଙ୍କ ମୁହଁକୁ ଚୋଟ ମାରିଥିଲା। ଯୁବକଟି ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ ମାନେ ତାଙ୍କୁ ହସ୍ପିଟାଲ କୁ ନନେଇ ଗୁଣିଆ ପାଖକୁ ନେଇ ଝଡା ଫୁଙ୍କା କରିଥିଲେ।ହେଲେ ଯୁବକ ଜଣକ ବଞ୍ଚିପାରି ନଥିଲେ। କିଛି ସମୟ ପରେ ଯୁବକଟିର ମୃତ୍ୟୁ ଘଟିଥିବାର ଜଣାପଡିଛି। ଏହି ଘଟଣା ସମଗ୍ର ଗଙ୍ଗଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe