ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ଗ୍ରାମର ପ୍ରଶାନ୍ତ ଡୁଡୁକା ନାମକ ଜୈନିକ ଯୁବକ ଗାଧୋଇବା ପାଇଁ ଯାଇ ନଦୀରେ ଭାସି ଯାଇଛନ୍ତି। ପାଟଣଗାଡ଼ ଅଞ୍ଚଳରେ କିଛି ଦିନ ହେବ ବର୍ଷା ହେଉଥିବା ବେଳେ ଗତ ରାତିରେ ପୁଣି ବର୍ଷା ହୋଇଥିଲା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବଢିବାକୁ ଲାଗିଥିବା ଦେଖିବାକୁ ମିଳିଛି।
ଶନିବାର ଏହି ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ପ୍ରଶାନ୍ତ ଡୁଡୁକା(୨୨) ନାମକ ଜୈନିକ ଯୁବକ ଗ୍ରାମରେ ଥିବା ଶୁକତେଲ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ପାଇଁ ଯାଇଥିବା ବେଳେ ପ୍ରଶାନ୍ତ ସୁକତେଲ ନଦୀର ସ୍ରୋତରେ କୁଆଡେ ଭାସି ଯାଇଥିବା ଜଣାପଡିଛି।
ଏହି ଖବର ପାଇ ଗ୍ରାମାବସୀ ଓ ପରିବାର ଲୋକେ ପ୍ରଥମେ ଖୋଜାଖୋଜି କରିବା ସହ ପାଟଣାଗଡ଼ ଦମକଳ ବାହିନୀକୁ ଖବର ଦେଖିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଲରମ୍ଭା ପୁଲିସ ଓ ପାଟଣାଗଡ଼ ଦମକଳ ବାହିନୀ ଖୋଜାଖୋଜି କରିଥଇବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କୁ ପାଇବାରେ ବିଫଳ ହୋଇଥିବା ଜଣାପଡିଛି।
Balangir
Follow Us