ଭଦ୍ରକରେ ଯୁବକଙ୍କୁ ବୀଭତ୍ସ ହତ୍ୟା

Advertisment
ଭଦ୍ରକରେ ଯୁବକଙ୍କୁ ବୀଭତ୍ସ ହତ୍ୟା

ଭଦ୍ରକ: ଜାତୀୟ ରାଜପଥକଡ଼ରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ଧାରୁଆ ମାରଣାସ୍ତ୍ରରେ ଯୁବକଙ୍କ ମୁହଁକୁ ହାଣିଛନ୍ତି। ମୃତ ଯୁବକ ଭଦ୍ରକ ଟାଉନ୍‌ର ଅଜୟ ଦାସଙ୍କ ପୁଅ ଚିନ୍ତୁ ଦାସ ବୋଲି ଜଣାପଡିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା-ଧାମରା ରେଳ ଓଭରବ୍ରିଜ ନିକଟ ଏକ ଜମିରେ ଯୁବକଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା-ଧାମରା ରେଳ ଓଭରବ୍ରିଜ ନିକଟ ଏକ ଜମିରେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଲୋକେ ଏବାବଦରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ବାଲେଶ୍ଵରରୁ ଆସିଥିବା ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି। ଭଦ୍ରକ ସହରର ଏଇ ଯୁବକଙ୍କୁ ବୀଭତ୍ସ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପରିବାର ଲୋକେ ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe