ଉଧାରି ମଦପିଆ ଟଙ୍କା କାଳ ହେଲା: ଯୁବକଙ୍କୁ ନିର୍ମମ ହତ୍ୟା

Advertisment
ଉଧାରି ମଦପିଆ ଟଙ୍କା କାଳ ହେଲା: ଯୁବକଙ୍କୁ ନିର୍ମମ ହତ୍ୟା

ଜମନକିରା,: ଜମନକିରା ଥାନା ଚକୁଳିଆ ବାହାଲ୍ ପଞ୍ଚାୟତ ମେଣ୍ଢାବାହଲ ଗ୍ରାମରେ ମଦ ପିଆକୁ ନେଇ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଠେଙ୍ଗା ପାହାରରେ ମେଣ୍ଢାବାହାଲ ଗ୍ରାମର କାର୍ତ୍ତିକ ଖଡ଼ିଆ(୪୦)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ୩ ଅଭିଯୁକ୍ତ ମେଣ୍ଢାବାହାଲ ଗ୍ରାମର ପ୍ରେମା ଖଡ଼ିଆ(୬୦), ଅଜିତ ପଧାନ(୩୬) ଓ ଗୌତମ ରଣବିଡା(୨୯)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୃତ କାର୍ତ୍ତିକ ଘରକୁ ନ ଫେରିବାରୁ ସ୍ତ୍ରୀ ଅଞ୍ଜନା ଖଡ଼ିଆ(୪୫) ସ୍ୱାମୀକୁ ଖୋଜିବା ପାଇଁ ବାହାରିଥିଲେ। ସ୍ୱାମୀ କାର୍ତ୍ତିକକୁ ଖୋଜା ଖୋଜି କରିବା ପରେ ଗାଁରେ ପଚରା ଉଚୁରା କରିବାରୁ ଗାଁ ବାହାରେ ପ୍ରେମା ଘରେ ମଦ ପିଉଥିବା ଜାଣିବାକୁ ପାଇଥିଲେ। ଉଧାରି ମଦପିଆକୁ ନେଇ କାର୍ତ୍ତିକ ଓ ପ୍ରେମା ସହିତ ଝଗଡା ହେବାରୁ ମାଡ଼ ପିଟ ହୋଇଥିଲା। ସେହିସମୟରେ ପ୍ରେମା ଘରକୁ ଅଞ୍ଜନା ଯାଇ ଦେଖିଲା ବେଳକୁ କାର୍ତ୍ତିକକୁ ଅଜିତ, ଗୌତମ ଓ ପ୍ରେମା ତିନିହେଁ ମିଶି ଲାତ, ଗୋଇଠା ସହ ଠେଙ୍ଗାରେ ଆକ୍ରମଣ କରୁଥିଲେ। ଅଞ୍ଜନା ଯାଇ ବିରୋଧ କରିବା ବେଳକୁ ଠେଙ୍ଗା ମାଡ଼ ରେ କାର୍ତ୍ତିକ ଅଚେତ ଅବସ୍ଥାରେ ପଡିଥିଲେ। କିଛି ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଅଞ୍ଜନା ଏକ ଅଟୋରେ ସମ୍ବଲପୁର ସଦର ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ସେହି ରାତି ପ୍ରାୟ ୨ଟା ବେଳେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ଚିକିତ୍ସା ପାଇଁ ବୁର୍ଲାରେ ଥିବାରୁ ଗତ ୩ ତାରିଖ ୯ ଟା ବେଳେ ଅଞ୍ଜନା ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତକୁ ହତ୍ୟା ମାମଲାରେ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe