ଯୁବକଙ୍କୁ ବୀଭତ୍ସ ହତ୍ୟା: ରାସ୍ତାକଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

Advertisment

ହତ୍ୟା ଅଭିଯୋଗ ଆଣିଲେ ପରିବାର

ହତ୍ୟା ଅଭିଯୋଗ ଆଣିଲେ ପରିବାର

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତାକଡ଼ରୁ ଆଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଏକ ମୃତଦେହ ଉଦ୍ଧାର କରିଛି ଖାତିଗୁଡା ପୁଲିସ। ମୃତକ ହେଲେ ଖାତିଗୁଡା ଗ୍ରାମର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇ (୨୭)।

ସୂଚନା ଅନୁଯାୟୀ ଖାତିଗୁଡା ଗ୍ରାମର ଟଙ୍କଧର ଦଳେଇ କାଳୀପୂଜା ମଣ୍ଡପରେ ଅନୁଷ୍ଠିତ ନାଟକ ଦେଖିବାକୁ ଯାଇଥିଲେ। ସକାଳୁ ତାଙ୍କ ମୃତଦେହ ଗ୍ରାମ ଉପକଣ୍ଠ କଲୋନି ରାସ୍ତାକଡ଼ରେ ପଡ଼ିଥିବା ଖବର ଅଞ୍ଚଳରେ ଖେଳିଯାଇଥିଲା। ଖବର ପାଇ ଖାତିଗୁଡା ଥାନା ପୁଲିସର ଏକ ଟିମ ଘଟଣାସ୍ଥଳ ରେ ପହଞ୍ଚି ଉକ୍ତ ସ୍ଥାନକୁ ଘେରାବନ୍ଦୀ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ନିକଟରୁ ସାମାନ୍ୟ କିଛି ଦୂରରେ ମୃତକଙ୍କ ଗୋଟିଏ ଜୋତା ପଡ଼ିଥିବା ବେଳେ ଆଉ କିଛି ଦୂରରେ ଅନ୍ୟ ଏକ ଜୋତା ଏବଂ ଜାକେଟ ସହ ଏକ ବ୍ୟାଗ ପଡିଥିବା ଦେଖିବାକୁ ମିଳିଥିଲା।

ତେବେ ତାଙ୍କ ପୁତ୍ର କୁ ସଂଘବୋଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ପିତା ପଦ୍ମନ ଖାତିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ପ୍ରାୟ ରାତ୍ର ୩ ଘଣ୍ଟା ସମୟରୁ ଭୋର ମଧ୍ୟରେ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଘଟଣାସ୍ଥଳରେ ଜିଲ୍ଲା ଅରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଏସଡିପିଓ ଆଦିତ୍ୟ ସେନ, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ସନ୍ଧାନୀ କୁକରର ସହାୟତା ନିଆଯାଇଥିବା ବେଳେ ସିସି ଟିଭି ଆଧାରରେ ପୁଲିସ ତଦନ୍ତ ଜାରିରଖିଛି। ଖାତିଗୁଡ଼ା ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ଏହିଭଳି ହତ୍ୟାକାଣ୍ଡ ଘଟାଇ ପୁଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛନ୍ତି ଅପରାଧୀ। ତେବେ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ପୁଲିସ ପକ୍ଷରୁ ଦୃଢକ୍ତି ପ୍ରକାଶ ପାଇଛି । କିଛି ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଉଦ୍ଧାର ପରେ ବ୍ୟବଛେଦ ପାଇଁ ମୃତଦେହକୁ ନବରଙ୍ଗପୁର ପଠାଇଛି ପୁଲିସ । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe