ଗୋଷାଣୀ: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅଧିନ ବାଘସଳା ଗ୍ରାମ ପଞ୍ଚାୟତ ନିକଟ ଦେଇ ପ୍ରବାହିତ ମହେନ୍ଦ୍ର ତନୟା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପି. ସାଇ ରାଜୁ(୨୫)।
ଘଟଣାରୁ ପ୍ରକାଶ ଯେ, ମୃତ ସାଇ ରାଜୁଙ୍କ ଘର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମିଳିଆପୁଟି ଥାନା ଅନ୍ତର୍ଗତ କସମଳା ଗ୍ରାମରେ। ସେ ନିଜ ସାଙ୍ଗମାନଙ୍କ ସହ କୌଣସି କାମରେ ବାଘସଳା ଗ୍ରାମକୁ ଆସିଥିଲେ। ଫେରିବା ବେଳେ ମହେନ୍ଦ୍ର ତନୟା ନଦୀଘାଟରେ ଶୌଚ ପାଇଁ ଯାଇଥିବା ବେଳେ ନଦୀର ଗଣ୍ଡରେ ପଡ଼ି ଯାଇଥିଲେ। ସାଙ୍ଗମାନଙ୍କ ପାଟି ଶୁଣି, ନଦୀରେ ଗାଧଉଥିବା ଯୁବରାଜପୁର ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେ ଆଉ ଜୀବିତ ନଥିଲେ।
ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ସଦଳ ବଳେ ଘଟଣାସ୍ଥଳେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
Follow Us