ଅଧିକ ରୋଜଗାର ଆଶାରେ ବିଦେଶ ଯାଇଥିଲେ; କଙ୍ଗୋରେ କେନ୍ଦ୍ରାପଡ଼ାର ଯୁବକଙ୍କ ମୃତ୍ୟୁ

Advertisment

ଓଡ଼ିଆ ଯୁବକଙ୍କ ମରଶରୀର ଓ ଅନ୍ୟ ୫ଜଣଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ

ଓଡ଼ିଆ ଯୁବକଙ୍କ ମରଶରୀର ଓ ଅନ୍ୟ ୫ଜଣଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ

ଅଧିକ ରୋଜଗାର ଆଶାରେ ବିଦେଶ ଯାଇଥିଲେ; କଙ୍ଗୋରେ କେନ୍ଦ୍ରାପଡ଼ାର ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର: କଙ୍ଗୋରେ ଫସିଥିବା ଓଡିଆ ଯୁବକ ଦିବାକର ଜେନାଙ୍କ ମରଶରୀର ଓ ଅନ୍ୟ ୫ଜଣ ଓଡିଆ ଯୁବକଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବା ପାଇଁ  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସହଯୋଗର ହାତ ବଢାଇଛନ୍ତି। ଏନେଇ ଶ୍ରୀ ପଣ୍ଡା କଙ୍ଗୋଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ପ୍ରଭାକର ଜେନାଙ୍କ ପୁଅ ଦିବାକର ଜେନା ଗତ ମେ’ ମାସରୁ ଅଧିକ ରୋଜଗାର ଆଶାରେ ଦକ୍ଷିଣ ଆଫ୍ରିକା ଯାଇ କଙ୍ଗୋଠାରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। କିନ୍ତୁ ଚଳିତ ମାସ ୧୬ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନି କତ୍ତୃପକ୍ଷ ଜାଣାଇଥିଲେ ମଧ୍ୟ ମୃତ୍ୟୁର କୌଣସି ସ୍ପଷ୍ଟ କରିନଥିଲେ।

ସେହିପରି ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ନରେଶ ଜେନା, ଦୁଃଶାସନ ମଲ୍ଲିକ, ରଞ୍ଜିତ ବାରିକ, ଯାଜପୁର ଜିଲ୍ଲା କୁସୁନିପୁର ଗ୍ରାମର ବିକାଶ କୁମାର ବାରିକ ଓ ପ୍ରଭାସ କୁମାର ମଲ୍ଲିକ ମଧ୍ୟ ଦିବାକରଙ୍କ ସହିତ କଙ୍ଗୋର ଉକ୍ତ କମ୍ପାନିରେ କାମ କରୁଥିଲେ। ମାତ୍ର କମ୍ପାନି କତ୍ତୃପକ୍ଷ ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ନଦେଇ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଦିବାକରଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୫ଜଣଙ୍କ ଜୀବନ ପ୍ରତି ବିପଦ ଥିବା ପରିବାର ଲୋକ ଆଶଙ୍କା କରୁଛନ୍ତି। ଉପାୟଶୂନ୍ୟ ହୋଇ ଶେଷରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷିତ ସ୍ବଦେଶ ପତ୍ୟବର୍ତ୍ତନ ନିମନ୍ତେ ଆବଶକୀୟ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe