ଲତାବୁଦାରେ ୨୦ ଦିନ ହେବ ପଡ଼ିରହିଥିବା ଯୁବକଙ୍କୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

Advertisment

ଘର କେନ୍ଦୁଝର, ଜୟପୁର ଆସିବା କାରଣ ଅସ୍ପଷ୍ଟ! 

ଘର କେନ୍ଦୁଝର, ଜୟପୁର ଆସିବା କାରଣ ଅସ୍ପଷ୍ଟ! 

ଲତାବୁଦାରେ ୨୦ ଦିନ ହେବ ପଡ଼ିରହିଥିବା ଯୁବକଙ୍କୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

ଜୟପୁର: ସହରର ଜନଗହଳି ପୂର୍ଣ୍ଣ ହଳଦିଆ ବ୍ରିଜ୍ କେନାଲ ପାର୍ଶ୍ବ ଲତାବୁଦା ମଧ୍ୟରେ ଗତ ୨୦ଦିନ ହେବ ଜଣେ ଯୁବକ ଅସହାୟ ଭାବେ ସେଭଳି ପଡ଼ି ରହି‌ଥିଲେ। ଖାଇବାକୁ ଖାଦ୍ୟ ବି ପାଇ ନଥିଲେ। କରୋନା ଭୟ ଯୋଗୁଁ ଲୋକେ ତାଙ୍କୁ ଦେଖିବି ପାଖ ମାଡୁନଥିଲେ।  ଏପରିକି ଲୋକଙ୍କର ମାନବିକତା ମରିଯାଇଥିଲା।

ତେବେ ଆଜି କୁମ୍ଭାରସାହିର ମନୋଜ ନାୟକ, ସୁରେନ୍ଦ୍ର ଗାଦବା, ଖିଲୋ ପୂଜାରୀ, ରାମ ଗାଦବା, ଗୋପୀନାଥ ବାରିକ, ଅନୀଲ ଦଳାଇ, ହେମରାଜ ପାଣିଗ୍ରାହୀ ପ୍ରମୁଖ ଉଦ୍ଧାର କରିଥିଲେ।  ୧୦୮ଆମ୍ବୁଲାନସରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରାଇଥିଲେ। ସଂପ୍ରତି ସେହି ଯୁବକଙ୍କର ଚିକିତ୍ସା ବି ସ୍ବେଚ୍ଛାସେବୀ ମାନେ ପାଖରେ ରହି ଆରମ୍ଭ କରାଇଛନ୍ତି। ଯୁବକ ଜଣକ ନିଜକୁ ରାଜେନ୍ଦ୍ର ଜେନା ଘର କେନ୍ଦୁଝର ବୋଲି କହିଛନ୍ତି। ଏକ ହତ୍ୟା ମାମଲାରେ ଜଡିତ ଥିବା କିଛି ଦୁର୍ବତ୍ତ ତାଙ୍କୁ ହତ୍ୟା ଉଦ୍ୟମ କରିବାରୁ ସେ ଏଠାକୁ ଗତ ୨୦ଦିନ ତଳେ ଲୁଚି ପଳାଇଆସିଥିଲେ ବୋଲି କହିଛନ୍ତି।

publive-image

ବାରମ୍ବାର ବୟାନ ବଦଳାଉଥିବାରୁ ସେ କେଉଁ କାରଣରୁ ଏଠାକୁ ଆସିଲେ ତାହା ସ୍ପଷ୍ଟ ହୋଇ ପାରୁନି। ତାଙ୍କୁ କେହି ଅପହରଣ କରି ନେଇ ଆସିଥିଲେ ନା  ଆଉ କିଛି ଉଦେଶ୍ୟ ରହିଥିଲା ତାହା ବି ଜଣା ପଡ଼ିନି। ତେବେ ତାଙ୍କ ପରିବାରବର୍ଗଙ୍କ ସହ ସ୍ବେଚ୍ଛାସେବୀ ହେମରାଜ ପାଣିଗ୍ରାହୀ ଯୋଗାଯୋଗ କରିଛନ୍ତି।  ସେମାନେ ଏଠାରେ ପହଂଚିବା ପରେ ହିଁ ପ୍ରକୃତରେ ରାଜେନ୍ଦ୍ର କାହିଁକି ଘର ଛାଡିଥିଲେ ନା ଆଉ କିଛି କାରଣ ସ୍ପଷ୍ଟ ଚିତ୍ର ଆସି ପାରିବ। ଅସହାୟ ଅବସ୍ଥାରେ ଜଣେ ଯୁବକ ଲତାବୁଧା ମଧ୍ୟରେ ସେଭଳି ୨୦ଦିନ ପଡ଼ିରହିଥିବା ବେଳେ କିଭଳି ସେହି ରାସ୍ତା ଦେଇ ଯାଆସ କରୁଥିବା ଲୋକେ ଦେଖି ପାରୁ ନଥିଲେ। ଯୁବକକୁ ସହାୟତାର ହାତ ବଢ଼ାଇବା ବଦଳରେ ରାସ୍ତା ଭାଙ୍ଗି ଯିବା ଲୋକଙ୍କର ମାନବିକତା ଉପରେ ପ୍ରଶ୍ନ ଉଠିଛି। ଯୁବକ ଜଣକ ସଂପ୍ରତି ଚିକିତ୍ସାଧୀନ ଥିବା ବେଳେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏବଂ ଜୟପୁର ଆସିବା ପ୍ରକୃତ କାରଣ ଲୋକଲୋଚନକୁ ଆସୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe