୬୪ କିମି ଦୌଡ଼ି ଅଭିନବ ଉପାୟରେ ‘ଅଗ୍ନିପଥ ଯୋଜନା’କୁ ପ୍ରତିବାଦ ଜଣାଇଲେ ଉମରକୋଟର ଯୁବକ

Advertisment
୬୪ କିମି ଦୌଡ଼ି ଅଭିନବ ଉପାୟରେ ‘ଅଗ୍ନିପଥ ଯୋଜନା’କୁ ପ୍ରତିବାଦ ଜଣାଇଲେ ଉମରକୋଟର ଯୁବକ

ଉମରକୋଟ: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଏହାର ଘୋଷଣା ‌କରିଥିବା ବେଳେ ଖୁବ ଶୀଘ୍ର ବିଜ୍ଞପ୍ତି ବାହାରିବ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’ରେ ଭର୍ତ୍ତି ପାଇଁ ଏବେ ବିଜ୍ଞପ୍ତି ବାହାରି ନଥିବା ‌ବେଳେ ଉତ୍ତର ପ୍ରଦେଶ, ବିହାର ସମେତ ଅନ୍ୟ ରାଜ୍ୟରେ ପ୍ରତିବାଦ ଆରମ୍ଭ ହୋଇଯାଇଛି। ଅଗ୍ନିପଥ ଯୋଜନାରେ ଅଗ୍ନିବୀଙ୍କ ଚାକିରି ସମୟ ଓ ଅବସର ପରେ ଭବିଷ୍ୟତ ଜୀବନ ନେଇ ଆଶାୟୀ ଯୁବକମାନେ ଘୋର ବିରୋଧ ଜାରି ରଖିଛନ୍ତି। କେଉଁଠି ଟ୍ରେନକୁ ଜ।ଳିଦେଲେଣି ତ କେଉଁଠି ରାସ୍ତାରୋକ ଆନ୍ଦୋଳନ ଚାଲିଛି । ସବୁ ଆଡ଼େ ହିଂସାର ବାତାବରଣ ଦେଖାଯାଇଛି।

ଏହି ଯୋଜନା ବିରୁଦ୍ଧରେ ନବରଂଗପୁର ଜିଲ୍ଲା ଉମରକୋଟ ସହରରେ ମଧ୍ୟ ସ୍ବର ଉଠିଛି। ସନ୍ତୋଷୀନଗରର ଯୁବକ ନରେଶ ବିଶ୍ଵାସ ହିଂସା ନ ଆପଣେଇ ଏକ ଶାନ୍ତିପୂର୍ଣ୍ଣ ମାଧ୍ୟମରେ ଏକ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି। ସେ ନବରଙ୍ଗପୁରରୁ ଉମରକୋଟ ଦୀର୍ଘ ୬୪ କିଲୋମିଟର ରାସ୍ତାରେ ଦୌଡ଼ି ପ୍ରତିବାଦ କରିଛନ୍ତି। ନରେଶଙ୍କ କହିବା ହେଲା ଦୀର୍ଘ ୪ ବର୍ଷ ହେଲା ସେନାରେ ନିଯୁକ୍ତି ବାହାରିନି। ଆମ ପାଖରେ ପ୍ରତିଭ। ରହିଛି ଓ ଭାରତମାତାର ସେବା କରିବା ପାଇଁ ଆଗ୍ରହ ମଧ୍ୟ ଅଛି। ତୁରଂତ କେନ୍ଦ୍ର ସରକାର ଏହି ୪ ବର୍ଷ ଚାକିରି କାଳ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରି ୧୫ ବର୍ଷ କରାଯାଉ। ଏଥିସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯାଉ ବୋଲି ମଧ୍ୟ ନରେଶ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe