ହାତୀ ଆକ୍ରମଣରେ ଯୁବକ ଗୁରୁତର

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରେ ହାତୀ ଆକ୍ରମଣରେ ସାଇକଲ ଅରୋହୀ ଶରତ ଶବର (୪୫) ଗୁରୁତର ହୋଇଛନ୍ତି।

ବାଘବର ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ଶରତ ବୁଧବାର ରାତି ୮ଟାରେ କଣ୍ଟାବାହଳରୁ ନିଜ ଗାଁକୁ ଫେରୁଥିବା ବେଳେ ବାହାଡ଼ା ଛକ ନିକଟରେ ଏକ ଜଙ୍ଗଲି ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିବା ସହ ପାଦରେ ଦଳି ଚାଲିଯାଇଥିଲା। ଶରତ ଗୁରୁତର ଆହତ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ପଥଚାରୀ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ରେଞ୍ଜର ନିରଞ୍ଜନ ଧରୁଆ ଓ ପଳସମା ଫରେଷ୍ଟର ସୁବାସ ଚନ୍ଦ୍ର ଦେହୁରୀ ଡାକ୍ତରଖାନାରେ ପହଞ୍ଚି ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇଦେବା ସହ ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ଜନବସତି ନିକଟରୁ ଉକ୍ତ ଦନ୍ତା ହାତୀଟିକୁ ଜଙ୍ଗଲକୁ ଘଉଡାଇବାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଶରତଙ୍କ ଅଣ୍ଟା ଓ ପେଟରେ ଗଭୀର ଆଘାତ ଲାଗିଛି। ଏ ଘଟଣାରେ ସାଇକଲଟି ନଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe