ଯୁବକଙ୍କୁ ଗୁଳିକରି ହତ୍ୟା, କାରଣ ଅସ୍ପଷ୍ଟ

Advertisment
ପୁଣି ଗର୍ଜିଲା ଗୁଳି: ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

Image Courtesy of India Today

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର କଙ୍କଣା ଗାଁ ନିକଟରେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତକ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ଗାଁର ମୀନକେତନ ଦଳେଇ । ମୀନକେତନ ଯାଜପୁର ଜିଲ୍ଲା ଟାଟାମାଇନ୍ସରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ହୋଇଛି ଗୁଳିକାଣ୍ଡ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ତାଙ୍କର ଏକ ସ୍କୁଟି ପଡିରହିଛି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ନେଇ ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତନାଘନା ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe