ଛାତ ଉପରକୁ ଓହ୍ଲାଉଥିବା ବେ‌ଳେ ଶିଡ଼ିରୁ ଖସିପଡ଼ି ଯୁବକ ମୃତ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ବଲାଙ୍ଗୀର: ଛାତ ଉପରକୁ ଓହ୍ଲାଉଥିବା ବେ‌ଳେ ଶିଡ଼ିରୁ ଖସିପଡ଼ି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲର ଗୋକୁଳ ବରିହାଙ୍କ ପୁଅ ତରୁଣ ବରିହା (୧୭ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରବିବାର ରାତିରେ ତରୁଣ ତାଙ୍କ ଘର ଛାତ ଉପରେ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ତଳକୁ ଓହ୍ଲାଉଥିବା ବେଳେ ହଠାତ୍‌ ଶିଡ଼ିରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ପ୍ରାୟ ୨୦ ଫୁଟ୍‌ ତଳେ ପଡ଼ି ତାଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖପ୍ରାଖୋଲ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଖପ୍ରାଖୋଲ ଥାନା ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe