ବିଜେଡି ନେତାଙ୍କୁ ସୋସିଆଲ୍ ମିଡିଆରେ ଖୋଲାଖୋଲି ଚାଲେଞ୍ଜ କଲେ ଯୁବକ; ସୁଶାନ୍ତ ସିଂହ କହିଲେ ଭୟ ନାହିଁ

Advertisment
ବିଜେଡି ନେତାଙ୍କୁ ସୋସିଆଲ୍ ମିଡିଆରେ ଖୋଲାଖୋଲି ଚାଲେଞ୍ଜ କଲେ ଯୁବକ; ସୁଶାନ୍ତ ସିଂହ କହିଲେ ଭୟ ନାହିଁ

ବରଗଡ଼: ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଜଣେ ଯୁବକ ସୋସିଆଲ ମିଡିଆରେ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବା ଜଣାଯାଇଛି। ପିଙ୍କୁ କାମ୍ପା ନାମକ ବ୍ୟବହାରକାରୀ  ଫେସବୁକରେ ଲେଖିଛନ୍ତି, ଗୁଳିର ଜବାବ ଗୁଳିରେ ଦିଆଯିବ। ୱେଟ୍ ଆଣ୍ଡ୍ ୱାଚ୍।  ‌ଅପେକ୍ଷା କର କେତେ ସୁଶାନ୍ତ ସିଂହ, କେତେ ସୁବ୍ରତ ସିଂହ ରଖିଛ ଆମେ ‌ଦେଖିବା। ଏହି ପୋଷ୍ଟରେ ଦୁଇଟି ଫଟୋ ଦିଆଯାଇଛି। ଗୋଟିଏ ଫଟୋରେ ଜଣେ ଯୁବକ ବି‌ରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ଏକ ରୁମରେ ବସିଥିବା ଫଟୋ ଥିବା ବେଳେ ଅନ୍ୟଟିରେ ୪ ଜଣ ଯୁବକ ଶ୍ରୀ ମିଶ୍ରଙ୍କ ସହ ବସିଛନ୍ତି। ତେବେ ଏହି ଫେସବୁକ ଆକାଉଣ୍ଟଟି ଅସଲି କି ଫେକ୍ ତାହା ତଦନ୍ତ କରାଯାଉଛି।

publive-image

ଏହାର ଜବାବରେ ବିଜେଡି ନେତା ସୁଶାନ୍ତ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଏଭଳି ଧମକକୁ ସେ ଭୟ କରନ୍ତି ନାହିଁ। ବିଜେପିବାଲା ଆତଙ୍କିତ ହୋଇଗଲେଣି। ପଦ୍ମପୁର ଉପନିର୍ବାଚନରେ ହାରୁଥିବା ଜାଣିଗଲେଣି। ଏଣୁ ଏମିତି ଧମକଚମକ ଦେଇ ଆମକୁ ବିଚଳିତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଉକ୍ତ ଯୁବକଙ୍କ ବିରୋଧରେ ସେ ଥାନାର ଦ୍ବାରସ୍ଥ ହେବେ ନାହିଁ ବୋଲି ସୁଶାନ୍ତ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ବିଜେପୁର ନିର୍ବାଚନ ବେଳେ  ସୁଶାନ୍ତ ସିଂଙ୍କୁ ଥରେ ହତ୍ୟା ଯୋଜନା ହୋଇଥିଲା। ତେବେ ଯେଉଁ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା, ସେହି ଗାଡ଼ିରେ ସେ ନ ଥିଲେ। ଏଣୁ ଯୋଜନା ପଣ୍ଡ ହୋଇଥିଲା। ତେବେ ଏହି ଘଟଣାରେ ଡ୍ରାଇଭର୍ ଡିଲେଶ୍ୱରଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe