ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

Advertisment
ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

bbc

ବରଗଡ଼ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଶୁକ୍ରବାର ବିଳମ୍ବିତ ସଂଧ୍ୟାରେ ୪/୫ ଜଣ ଯୁବକ ଗୋଟିଏ ଅଜଣା ଶବ ରଖି ଫେରାର ମାରିଥିଲେ। ଓଆର୍‌୧୭ଏଫ-୮୫୨୧ ନମ୍ବର ବିଶିଷ୍ଟ ଗୋଟିଏ ଗାଡ଼ିରେ ସଂପୃକ୍ତ ଯୁବକମାନେ ଶବ ଆଣିଥିଲେ। ଚକରକେନ୍ଦ ଛକ ପାଖରେ ଉକ୍ତ ଯୁବକଙ୍କୁ ସେମାନେ ଆଣିଥିବା ପଚରାଉଚୁରା ବେଳେ କହିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଯୁବକ ବାଇକ୍‌ ଧକ୍କାରେ ସଂପୃକ୍ତ ଯୁବକ ଜଣକ ଆହତ ହୋଇଥିବା ଏବଂ ସେମାନେ ତାଙ୍କୁ ଉଦ୍ଧାର କରି ଆଣିଥିବା କହିଥିଲେ। ଉଭୟଙ୍କ ମତାମତରେ ତାଳମେଳ ରହୁନଥିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା କୁହାଯାଉଛି। ମୃତ ଯୁବକ ଜଣକ ଅତାବିରା ଅଂଚଳର ବୋଲି ଶୁଣିବାକୁ ମିଳିଛି। ବରଗଡ଼ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଛାନଭିନ୍‌ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe