ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଗିରଫ

Advertisment
ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ଧର୍ମଶାଳା : ଧର୍ମଶାଳାର ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କ କାର୍‌କୁ ଗତକାଲି ପିଛା କରିଥିବା ଯୁବକକୁ ଧର୍ମଶାଳା ପୁଲିସ ଆଜି ଗିରଫ କରିଛି। ଗିରଫ ଯୁବକ ନିହଲ ପ୍ରସାଦ ଅଞ୍ଚଳର ରଂଜନ ପାଲ। ଅତିରିକ୍ତ ତହସିଲଦାରଙ୍କ ଗତିବିଧି ସଂପର୍କରେ ସେ ଏକ ହ୍ବାଟ୍‌ସଆପ୍ ଗ୍ରୁପ୍‌ରେ ସୂଚନା ଦେଉଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ରଂଜନକୁ ଚଣ୍ତିଖୋଲ କୋର୍ଟଚାଲାଣ କରାଯିବ ବୋଲି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

୫୩ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚିପ୍ସ ଚୋରାଚାଲାଣ ହେଉଥିବା ଖବରପାଇ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ନିଜ କାରରେ ଗତକାଲି ପୂର୍ବାହ୍ଣରେ ଚଣ୍ତିଖୋଲ ଦେଇ ଚଢ଼େଇଧରା ଅଭିମୁଖେ ଯାଉଥିଲେ। ପଛରେ ତହସିଲ ଗାଡ଼ିରେ ଆର୍‌ଇ ସୁପରଭାଇଜର ନୀଳମଣି ବିଶ୍ବାଳ, ଆର୍‌ଆଇ ସୁଶାନ୍ତ କୁମାର ସ୍ବାଇଁ, ସୁନୀଲ ନାୟକ ଓ ଏଆର୍‌ଆଇ ନିର୍ମଳ ପଣ୍ତା ଯାଉଥିଲେ। ଏହି ସମୟରେ ଏକ ବାଇକ୍‌ରେ ରଂଜନ ଅତିରିକ୍ତ ତହସିଲଦାରଙ୍କ କାରକୁ ଚଣ୍ତିଖୋଲ ନିକଟରୁ ପିଛା କରୁଥିବା ଜଣାପଡ଼ିଥିଲା। ସେ ମୋବାଇଲରେ କାହାରିକୁ କିଛି ସୂଚନା ଦେଉଥିବା ସନ୍ଦେହ ହେବାରୁ ଶ୍ରୀମତୀ ଅଗ୍ରୱାଲଙ୍କ ସୂଚନାକ୍ରମେ ତହସିଲ କର୍ମଚାରୀମାନେ ତାଙ୍କୁ ଭଡ଼ଙ୍ଗା ଛକ ନିକଟରେ ଅଟକାଇଥିଲେ। ସେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ପୁଲିସ୍‌ ଜିମା ଦିଆଯାଇଥିଲା। ସେ ଏକ ଟ୍ରକ ଆସୋସିଏସନର ପିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

ଉଲ୍ଲେଖ ଯୋଗ୍ୟ, ଧର୍ମଶାଳା ତହସିଲ ଅଞ୍ଚଳର ଅଧିକାଂଶ ପାହାଡ଼ ପର୍ବତ ଏବେ କଳାପଥର ମାଫିଆଙ୍କ କବ୍‌ଜାକୁ ଚାଲିଯାଇଛି। ପ୍ରତ୍ୟହ ଲକ୍ଷଲକ୍ଷ ଟଙ୍କା ମୂଲ୍ୟର କଳାପଥର ଓ ଚିପ୍ସ ଚୋରା ଚାଲାଣ ହେଉଛି। ଏଥିରେ ବାଧା ସୃଷ୍ଟି କରୁଥିବା ସାମ୍ବାଦିକ ଓ ପରିବେଶବିତ୍‌ଙ୍କୁ ମଧ୍ୟ ଧମକଚମକ ଦିଆଯାଉଛି। ଏପରିକି ଏହି ବେଆଇନ ଲୁଟ୍‌ପାଟକୁ ବିରୋଧ କରୁଥିବା ସୂଚନା ଅଧିକାର କର୍ମୀ ସବେର୍ଶ୍ବର ବେହୁରାଙ୍କ ଉପରେ ପଥରମାଫିଆଙ୍କ ଭଡ଼ାଟିଆ ଗୁଣ୍ତାମାନେ ଗତ ମାର୍ଚ୍ଚ ୨୭ତାରିଖ ରାତିରେ ବୋମାମାଡ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe