ବାଲଟ ପେପର ଖାଇ ଯୁବକ ପୁଲିସ ଦ୍ୱାରା ଅଟକ

Advertisment
ଝାଡ଼େଶ୍ବର କୋଅପରେଟିଭ ସୋସାଇଟି କେଳେଙ୍କାରୀ: ୧୦ କୋଟି ହଡ଼ପ, ସିଓଓ ଗିରଫ

taxscan.in

ସୋନପୁର : ଜଣେ ନିଶାସକ୍ତ ଯୁବକ ଭୋଟ ଦେବାକୁ ଆସି ବାଲଟ ପେପର ଖାଇ ପୁଲିସ ଦ୍ବାରା ଅଟକ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ଘଟିଛି ମୟୁରଉଡାନ ପଞ୍ଚାୟତ ନାଗପାଲି ଗାଁରେ ଥିବା ମତଦାନ କେନ୍ଦ୍ରରେ।

ନାଗପାଲି ମତଦାନ କେନ୍ଦ୍ରରେ ମତଦାନ ଚାଲୁଥିବା ବେଳେ ବାଳଗୋପାଳ ମେଘାନି ନାମକ ଜଣେ ନିଶାସକ୍ତ ଯୁବକ ଭୋଟ ଦେବାକୁ ଆସି ବାଲଟ ପେପର ଖାଇ ଦେବାରୁ ପ୍ରାୟ ଘଣ୍ଟାଏ ଧରି ମତଦାନ ବ୍ୟାଘାତ ସୃଷ୍ଟି କରିଥିଲା। ସମ୍ପୃକ୍ତ ଯୁବକ ନିଶା ସେବନ କରି ମତଦାନ କେନ୍ଦ୍ରକୁ ଆସିଥିବା ସମ୍ପର୍କରେ ସୁରକ୍ଷା କର୍ମୀ କିମ୍ବା ଭୋଟ ପରିଚାଳନା କରୁଥିବା କର୍ମଚାରୀମାନେ ଜାଣିପାରି ନଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମ୍ପୃକ୍ତ ଯୁବକକୁ ଧରି ଥାନାକୁ ଆଣି ଅଟକ ରଖିଥିବା ସୋନପୁର ଆଇଆଇସି ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏହି ଖବର ପାଇ ନିର୍ବାଚନ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଣି ମତଦାନ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe