ବ୍ରହ୍ମପୁର : ନିର୍ମାଣାଧୀନ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଜୀବନ ଗଲା, ଲୁହାରଡ଼୍‌କୁ କାଟି ଶବ ଉଦ୍ଧାର

Advertisment
ବ୍ରହ୍ମପୁର : ନିର୍ମାଣାଧୀନ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଜୀବନ ଗଲା, ଲୁହାରଡ଼୍‌କୁ କାଟି ଶବ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ସହର ଆଙ୍କୋଲି ଓଭରବ୍ରିଜ୍ ତଳେ ଥିବା ଲେବଲ କ୍ରସିଂ ନିକଟରେ ନିର୍ମାଣାଧୀନ ଡ୍ରେନ୍‌ରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଲାଞ୍ଜିପଲ୍ଲୀ ତୋଟାସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ (୩୫)। ବୈଦ୍ୟନାଥପୁର ଥାନା ଓ ଟ୍ରାଫିକ୍ ଥାନା କର୍ମଚାରୀ ପହଞ୍ଚିବା ପରେ ନାଳର ଲୁହାରଡ଼୍‌କୁ କାଟି ଶବକୁ ଉଦ୍ଧାର କରାଯାଇଥିଲା। ଏଥିସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ପରିବାରବର୍ଗଙ୍କ କହିବାନୁଯାୟୀ, ଗତକାଲି ରାତିରେ ହୋଟେଲରୁ ପାର୍ସଲ ଆଣିବା ପାଇଁ ପୂର୍ଣ୍ଣଚନ୍ଦ୍ର ସ୍କୁଟି ନେଇ ଘରୁ ବାହାରିଥିଲେ। କିନ୍ତୁ ଆଉ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପୂର୍ଣ୍ଣଚନ୍ଦ୍ରଙ୍କୁ ପରିବାରବର୍ଗ ପାଇ ପାରି ନଥିଲେ। ଆଜି ସକାଳୁ ଲେବଲ୍ କ୍ରସିଂ ନିକଟରେ ଥିବା ନିର୍ମାଣାଧୀନ ଡ୍ରେନ୍‌ ଭିତରେ ପୂର୍ଣ୍ଣଚନ୍ଦ୍ରଙ୍କ କ୍ଷତାକ୍ତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶରୀରରେ ଲୁହାରଡ଼୍ ପଶିଯାଇଥିବା ବେଳେ ସ୍କୁଟି ତାଙ୍କ ଉପରେ ପଡ଼ିଥିଲା।

publive-image

ଟାଉନ୍ ଏସ୍‌ଡ଼ିପିଓ ବିଷ୍ଣୁପ୍ରସାଦ ପତି, ଟ୍ରାଫିକ୍ ଡିଏସ୍‌ପି ସାର୍ଥକ ରାୟ, ବୈଦ୍ୟନାଥପୁର ଥାନାଧିକାରୀ ଶାରଦା ପ୍ରସାଦ ଦାସ, ଟ୍ରାଫିକ୍ ଥାନାଧିକାରୀ ସୁନୀଲ ବେହେରାଙ୍କ ସମେତ ପୁଲିସ୍ ଫୋର୍ସ ପହଞ୍ଚିଥିଲେ। ଏଥିସହ ସାଇଣ୍ଟିଫିକ୍ ଟିମ୍ ଆସିଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ଶରୀରରୁ ଲୁହାରଡ଼୍‌କୁ କଟାଯାଇ ଶବକୁ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେବା ସହ ପରିବାରବର୍ଗ ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଥିଲେ। ସହାୟତା ରାଶି ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଅଯାଇଥିଲା। ମୃତକ ପୂର୍ଣ୍ଣଚନ୍ଦ୍ରଙ୍କ ଭାଇ ଇଶାନ୍ କୁମାରଙ୍କ ଅଭିଯୋଗକ୍ରମେ ଟ୍ରାଫିକ୍ ଥାନାରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe