ବଜ୍ରାଘାତରେ ଯୁବକ ଗୁରୁତର, ଛାତ ଫାଟିଗଲା

Advertisment
ବଜ୍ରାଘାତରେ ଯୁବକ ଗୁରୁତର, ଛାତ ଫାଟିଗଲା

କାଳିଆପାଣି: ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ ଅଫିସ ପାଖ ପାତ୍ରସାହିରେ ଆଜି ବଜ୍ରାଘାତରେ ଦିନ ମଜୁରିଆ ଯୁବକ କବି ଚରଣ ପାତ୍ର(୩୬) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ କଂକ୍ରିଟ୍‌ ଛାତ ଫାଟିଯାଇଛି। ତାଙ୍କ ଜେଜେମାଆ ନୂଆଡିହାଣିଙ୍କ ନାଁରେ ୨୦ ବର୍ଷ ପୂର୍ବେ ମିଳିଥିବା ଇନ୍ଦିରା ଆବାସ ଘର ସମ୍ମୁଖ ଚାଳିଆରେ ସପରିବାର ବସିଥିବା ସମୟରେ ଘଡ଼ଘଡ଼ି ଶବ୍ଦ ଶୁଣି ସେ, ପତ୍ନୀ ଶଶିକଳା ଓ ୨ ଶିଶୁକନ୍ୟା ଉକ୍ତ କୋଠାଘରକୁ ପଶି ଯାଉଥିଲେ।

ଏହି ସମୟରେ ବଜ୍ରପାତ ‌ହେବାରୁ ଏହି ଦମ୍ପତି ସେହିଠାରେ ଖସି ପଡ଼ିଥିଲେ। କବିଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସହ ସେ ସଂଜ୍ଞାହୀନ ଅଛନ୍ତି। ଶଶିକଳା ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। କବିଙ୍କୁ ତୁରନ୍ତ ଏକ ଭଡ଼ାଗାଡ଼ିରେ କଳିଙ୍ଗନଗର ଟାଟାଷ୍ଟିଲ ମେଡିକା ନିଆଯାଇଥିଲା। ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡ଼ିଛି। କ୍ଷତିଗ୍ରସ୍ତ ଗରିବ ଦଳିତ ପରିବାରକୁ କ୍ଷତିପୂରଣ ସହାୟତା ରାଶି ପ୍ରଦାନ ଦାବି ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe