ଥାନାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ମୃତ

Advertisment
ଥାନାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ମୃତ

ଗୋଳନ୍ଥରା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ‌ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ରଣ୍ଢା ଗ୍ରାମର ସନ୍ତୋଷ ସାମନ୍ତରାୟ ଓରଫ୍‌ କାଳିଆ ବୋଲି ପୁଲିସ ସୂଚନା ଦେଇଛି।

ରଣ୍ଢା ଗ୍ରାମର ସନ୍ତୋଷ କୌଣସି ଏକ ଘଟଣାକୁ ନେଇ ଗତକାଲି ସଂଧ୍ୟାରେ ଗୋଳନ୍ଥରା ଥାନାକୁ ଯାଇଥିଲେ। ତାଙ୍କୁ କେହି ଜଣେ ଧମକ ଦେଉଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବାପରେ ଥାନା ଅଧିକାରୀ ତାଙ୍କୁ ଲିଖିତ ଭାବେ ଅଭିଯୋଗ ଦାଖଲ କରିବା ପାଇଁ କହିଥିଲା। ଏହାପରେ ସନ୍ତୋଷ ଥାନାରୁ ବାହାରକୁ ଆସିଥିଲେ। ପ୍ରାୟ ୧ଘଣ୍ଟା ପରେ ସନ୍ତୋଷ ନିଜ ଦେହରେ ନିଆଁ ଲଗାଇ ଥାନା ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ପୁଲିସ ଏହା ଦେଖି ତୁରନ୍ତ ସନ୍ତୋଷଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ସନ୍ତୋଷଙ୍କୁ ଉଦ୍ଧାର କରିବା ସମୟରେ ଜଣେ ଏସ୍‌ଆଇ ମଧ୍ୟ ପୋଡ଼ି ସାମାନ୍ୟ ଆହତ ହୋଇଛନ୍ତି। ସନ୍ତୋଷଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ୮୦ରୁ ଅଧିକ ଭାଗ ପୋଡ଼ି ଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଗୋଳନ୍ଥରା ଥାନାରେ କେସ୍ ନମ୍ବର ୩୩/୨୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe