ଶଗଡ଼ିଆ ନା‌ଳରୁ ଯୁବକଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ : ଭିଣୋଇର ମୁଥ ମାଡ଼ରେ ଶଳା ମୃତ

Advertisment

ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ଶଗଡ଼ିଆ ନା‌ଳରୁ ଯୁବକଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ : ଭିଣୋଇର ମୁଥ ମାଡ଼ରେ ଶଳା ମୃତ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମ ନିକଟସ୍ଥ ଶଗଡ଼ିଆ ନାଳରୁ ଗତ ମାସ ୨୭ ତାରିଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦେବଗଡ଼ ଥାନା ପୁଲିସ ଏହାର ରହସ୍ୟ ଉନ୍ମୋଚନ କରିଛି। ଭିଣୋଇର ମୁଥ ମାଡ଼ରେ ଶଳାର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣାର ପୁଲିସ ମୃତ ଯୁବକଙ୍କ ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂଚନା ଅନୁଯାୟୀ, ଅନୁଗୁଳ ଥାନା ଅଙ୍ଗପଡ଼ା ଗ୍ରାମର ବାବୁଲା ବେହେରାଙ୍କ ପୁଅ ସିପୁନ ବେହେରା (୨୨) ଗତ ୨୪ ତାରିଖରେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ଥାନା ଅନ୍ତର୍ଗତ ଭେଲୁଆଟିକ୍ରା ଗ୍ରାମରେ ଥିବା ତାଙ୍କ ଭିଣୋଇ ରାଜୁ ନାୟକ (୨୮)ଙ୍କ ସହ ଦେବଗଡ଼ ଥାନା କଦମଦର୍ହ ଗ୍ରାମରେ ଥିବା ରାଜୁଙ୍କ ମାମୁ ଘରକୁ ଯାଇଥିଲେ। ଉକ୍ତ ଦିନଠୁ ସିପୁନ ନିଖୋଜ ହୋଇଯାଇଥିଲା। ୨୭ ତାରିଖରେ ଦେବଗଡ଼ ଥାନା ସୁଗୁଡ଼ା ଗ୍ରାମରେ ଥିବା ଶଗଡ଼ିଆ ନାଳରୁ ସିପୁନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦେବଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଆଇଆଇସି ପ୍ରଶାନ୍ତ ପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ରାଜୁ ଏହି ହତ୍ୟାକାଣ୍ଡ ଘଟାଇଥିବା ଜାଣିବା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା।

ରାଜୁ ପୁଲିସକୁ ଦେଇଥିବା ସୂଚନା ଅନୁଯାୟୀ ଉଭୟ ସେଦିନ ପ୍ରଚୁର ମଦ୍ୟପାନ କରିଥିଲେ। ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାଜୁ ସିପୁନକୁ ଏକ ମୁଥ ମାରିଥିଲା। ଫଳରେ ସେ ନିକଟସ୍ଥ ନାଳରେ ପଡ଼ି ଯାଇଥିଲା। ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା। ସିପୁନ ନାଳରେ ପଡ଼ିଯିବା ପରେ ରାଜୁ ଘଟଣାସ୍ଥଳରୁ ପଳାଇ ଆସି ସେ ନିଖୋଜ ହୋଇଯାଇଥିବା କହିଥିଲା। ଶନିବାର ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଦେବଗଡ଼ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ମନୋଜ ମାହାନ୍ତ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଓ ଦେବଗଡ଼ ଥାନା ଆଇଆଇସି ଶ୍ରୀ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe