ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ହାତ କଟିଗଲ

Advertisment
ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

RailPost.in

ବଡ଼ବିଲ : ହାୱଡା-ବଡ଼ବିଲ ଜନଶତାବ୍ଦୀ ଏକ୍ସପ୍ରେସ ଧକ୍କାରେ ଅନିଲ ଝା (୪୫)ଙ୍କର ଡାହାଣହାତ କଟି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସେ ବଡ଼ବିଲ ଓଭର ବ୍ରିଜ ତଳ ରାସ୍ତା ଦେଇ ନିଜ ଘରକୁ ଯାଉଥିବା ବେଳେ ହଠାତ୍‌ ରେଳ ଧାରଣାରେ ଝୁଣ୍ଟି ପଡ଼ିଥିଲେ। ସେ ତଳେ ପଡ଼ିଯିବା  ଦେଖି, ଟ୍ରେନ ପାଇଲଟ ସଙ୍ଗେ ସଙ୍ଗେ ଏମରଜେନ୍ସି ବ୍ରେକ ଲଗାଇଥିଲେ। ମାତ୍ର ଜନଶତାବ୍ଦୀ ଏକ୍ସପ୍ରେସ ଅନିଲ ଝାଙ୍କୁ କିଛି ବାଟ ଘୋଷାରି ନେଇଥିଲା। ଅନିଲ ଝାଙ୍କ ଡାହାଣ ହାତ କଟି ଯାଇଥିଲା। ଖବର ପାଇ ବଡ଼ବିଲ ଟ୍ରକ ଆସୋସେସନର ସଭାପତି ବିକାଶ ସରାବଗି ଏବଂ ତାଙ୍କ ସହଯୋଗୀ ସୋନୁ ମିଶ୍ର ଓ ବଡ଼ବିଲ ଥାନାର ଏଏସଆଇ ବରଦା ପ୍ରସନ୍ନ ସାହୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା। ଅନିଲଙ୍କ ଘର ଷ୍ଟେସନ ରୋଡ଼ ଅଂଚଳରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe