କପିଳାସ ଚିଡ଼ିଆଖାନାରେ ରହିବ ପଲ ଗ୍ରହଣ କରୁ ନ ଥିବା ଛୁଆହାତୀ

Advertisment
କପିଳାସ ଚିଡ଼ିଆଖାନାରେ ରହିବ ପଲ ଗ୍ରହଣ କରୁ ନ ଥିବା ଛୁଆହାତୀ

ଢେଙ୍କାନାଳ: ତିନି ଦିନ ତଳେ ବ୍ରହ୍ମପୁରରୁ ଉଦ୍ଧାର କରାଯାଇଥିବା ଛୁଆହାତୀଟିକୁ କପିଳାସ ଚିଡ଼ିଆଖାନାରେ ରଖାଯିବ ବୋଲି ରାଜ୍ୟ ବନ ବିଭାଗ ସ୍ଥିର କରିଛି।

ମଙ୍ଗଳବାର ସକାଳେ ବ୍ରହ୍ମପୁର ବନ ମଣ୍ଡଳ ଅନ୍ତର୍ଗତ ସୁରଳ ଉପକୂଳରେ ଥିବା ଏକ ଚିଙ୍ଗୁଡ଼ି ଘେରିରୁ ଉଦ୍ଧାର କରାଯାଇଥିବା ଏହି ୩ ମାସର ଛୁଆହାତୀକୁ ପଲରେ ଥିବା ହାତୀମାନେ ଆଉ ଗ୍ରହଣ କରୁନାହାନ୍ତି। ତେଣୁ, ଗତ ପଅର ଦିନ ରାତିରୁ ଛୁଆହାତୀକୁ ସେଠାକାର ବନ ବିଭାଗର ଟମଣା ବିଟ୍‌ ହାଉସ୍‌ରେ ଆଶ୍ରୟ ଦିଆଯାଇଥିଲା।

publive-image

ଆଜି ସକାଳ ପ୍ରାୟ ୧୦.୩୦ରେ ଗୋଟାଏ ୪୦୭ ଟ୍ରକ୍‌ରେ ସେ ଛୁଆହାତୀକୁ ବ୍ରହ୍ମପୁରରୁ ଢେଙ୍କାନାଳ ଅଭିମୁଖେ ଅଣାଯାଉଛି। ଛୁଆହାତୀ ସହ ପ୍ରାଣୀଚିକିତ୍ସକ ଏବଂ ବନ କର୍ମଚାରୀମାନେ ମଧ୍ୟ ଆସୁଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ସେମାନେ କପିଳାସସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି।

ଏହାପରେ ସେ ଛୁଆହାତୀକୁ କିଛି ଦିନ ଲାଗି ‘କ୍ୱାରେଣ୍ଟିନ୍‌’ରେ ରଖାଯିବ। ସେ କୌଣସି ରୋଗରେ ଆକ୍ରାନ୍ତ କି, ନାହିଁ ଜାଣିବାକୁ ତା’ର ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ଡିଏଫ୍‌ଓ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe