ଚନ୍ଦ୍ରଯାନ-୩ ଅଭିଯାନରେ କେନ୍ଦୁଝରର ଯୁବ ବୈଜ୍ଞାନିକ

Advertisment
ଚନ୍ଦ୍ରଯାନ-୩ ଅଭିଯାନରେ କେନ୍ଦୁଝରର ଯୁବ ବୈଜ୍ଞାନିକ

କେନ୍ଦୁଝର: ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଭାରତର ଉତ୍କର୍ଷତା ଆଜି ବିଶ୍ବ ଦରବାରରେ ପ୍ରମାଣିତ ହୋଇଛି। ଏହି ଚନ୍ଦ୍ର ଅଭିଯାନରେ ଅଭିଯାନରେ କେନ୍ଦୁଝର ଜିଲ୍ଲାର ଯୁବ ବୈଜ୍ଞାନିକ ଅଟଳକୃଷ୍ଣ ଖଟୁଆଙ୍କ ଭୂମିକା ରହିଛି। ଇସ୍ରୋରେ ୧୦ ବର୍ଷରୁ ଅଧିକ ହେବ ସେ କାର୍ଯ୍ୟ କରୁଛନ୍ତି। ସେ କ୍ରାଏଜୋନିକ ଷ୍ଟେଜ୍ ଓ ଥର୍ମାଲ ସୁରକ୍ଷା ବ୍ୟବସ୍ଥା ବିଭାଗରେ କାର୍ଯ୍ୟ କରୁଥିଲେ। କ୍ରାଏଜୋନିକ ଷ୍ଟେଜରେ ସେ ତରଳ ଇନ୍ଧନ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥା ଦାୟିତ୍ବରେ ଥିଲେ।

ଥର୍ମାଲ ପ୍ରୋଟେକ୍ସନ ସିଷ୍ଟମରେ ସ୍ପେସ୍ କ୍ରାଫ୍ଟ କିପରି ବିଭିନ୍ନ ତାପମାତ୍ରାରେ ଠିକ ଭାବେ କାର୍ଯ୍ୟ କରିବ ସେହି ଦାୟିତ୍ବ ତୁଲାଉଥିଲେ। ଇଂ. ଖଟୁଆଙ୍କ ଘର କେନ୍ଦୁଝର ସହର ମାଗୁରୁଗାଡ଼ିଆରେ ଏବଂ ସେ ଇଂ ଅମରବର ଖଟୁଆ ଓ ସରୋଜିନୀ ପୃଷ୍ଟିଙ୍କ ପୁତ୍ର। ସେ କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ପର୍ଯ୍ୟନ୍ତ ପଢ଼ିଥିଲେ। ଯୁକ୍ତ ଦୁଇ ବିଜ୍ଞାନ ପରେ ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ ଅଫ ସ୍ପେସ୍ ସାଇନ୍ସ ଏଣ୍ଡ ଟେକ୍ନୋଲୋଜିରୁ ବି-ଟେକ୍ ପାସ କରିବା ପରେ ଇସ୍ରୋରେ ଇଂଜିନିୟର/ବୈଜ୍ଞାନିକ ଭାବେ ୨୦୧୨ରେ ଯୋଗ‌ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe