ଘର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

ଝାରସୁଗୁଡ଼ା : ଝାରସୁଗୁଡ଼ା ବେହେରାମାଲ ଆନ୍ଧ୍ରବ୍ୟାଙ୍କ ନିକଟରେ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ପୁଲିସ ଉଦ୍ଧାର କରାଯାଇଛି। ଯୁବତୀଙ୍କ ନାମ ଜନନୀ ମାଝୀ(୩୫) ଓ ତାଙ୍କ ଘର ସମ୍ବଲପୁର ଜିଲ୍ଲା ମହୁଲପାଲିରେ ବୋଲି ପୁଲିସ କହିଛି। ସେ ଏଠାରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଏହି ଘରେ ଭଡ଼ାରେ ରହୁଥିଲେ। ଘର କବାଟ ଖୋଲ ନହେବାରୁ ଘର ମାଲିକ ଥାନାରେ ଜଣାଇବା ପରେ ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ‌ଭାଙ୍ଗିବାରୁ ଯୁବତୀଙ୍କ ମୃତଦେହ ବାଥରୁମ୍‌ ବାହାରେ ପଡ଼ିଥିବା ଦେଖା ଯାଇଥିଲା। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

ଏହି ମୃତ୍ୟୁ ପଛର କାରଣ ନେଇ ପୁଲିସ କିଛି କହି ନଥିବା ବେଳେ ଯୁବତୀ ଜଣକ ବନହରପାଲି ଥାନାରେ ଜଣେ କନ୍‌ଷ୍ଟେବଲଙ୍କୁ  ବିବାହ କରିଥିଲେ। ଉକ୍ତ କନ୍‌ଷ୍ଟେବଲ୍‌ ବିବାହିତ ଥିବା ଓ ଏଥି ପାଇଁ ବିବ‌ାଦ ସୃଷ୍ଟି ହୋଇଥିବା କୁହାଯାଉଛି। କନ୍‌ଷ୍ଟେବଲଙ୍କ ପରିବାର ତାଙ୍କୁ ନିର୍ଯାତନା ଦେଉଥିବା ସଂପର୍କରେ ଜନନୀ ଗତ ମାସ ୨୮ ତାରିଖରେ ଏକ ଏତଲା ବନହରପାଲି ଥାନାରେ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe