ପୁଲିସର ଅତ୍ୟାଚାର ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ: ନାଉଗାଁ ମୁଖ୍ୟ ରାସ୍ତା ଅବରୋଧ

ପୁଲିସର ଅତ୍ୟାଚାର ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ: ନାଉଗାଁ ମୁଖ୍ୟ ରାସ୍ତା ଅବରୋଧ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପଲି ପଞ୍ଚାୟତ ହାବେଳିରେ ଜଣେ ଯୁବତୀଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର ବର୍ବରତା ଅଭିଯୋଗରେ  ମୃତଦେହ ରଖି ନାଉଗାଁ ରାସ୍ତା ଅବରୋଧ କରାଯାଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଥାନା ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତର ହାବେଳି ଗ୍ରାମର ଅଙ୍କୁର ନାଥଙ୍କ ୧୮ ବର୍ଷର ଝିଅ ବର୍ଷାରାଣୀ ନାଥ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗ୍ରାମବାସୀମାନେ ନାଉଗାଁ ମୁଖ୍ୟ ରାସ୍ତାରେ ବର୍ଷାରାଣୀଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଏଣେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାସ୍ତା ଅବରୋଧ ହଟେଇବାକୁ ଚେଷ୍ଟା କରିବା ସହ ଲୋକମାନଙ୍କୁ ବୁଝାସୁଝା କରୁଛି।

publive-image

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ସମୟରେ ପୁଲିସ ଓ ପଲି ପଞ୍ଚାୟତ ନାଥସାହି ଲୋକମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଥିଲା। ଗ୍ରାମର ଲୋକମାନଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିଲା। ସେବେଠାରୁ ଗ୍ରାମ ପୁରାପୁରି ଭାବରେ ପୁରୁଷଶୂନ୍ୟ ହୋଇ ଯାଇଥିଲା। ସେବେଠାରୁ ପୁଲିସ୍ ଏହି ଗ୍ରାମର ଲୋକମାନଙ୍କୁ ଭୟଭୀତ କରୁଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ପୁଲିସର ଅତ୍ୟାଚାର ସହି ନ ପାରି ୧୮ ବର୍ଷର ଝିଅ ବର୍ଷାରାଣୀ ନାଥ ଆତ୍ମହତ୍ୟା କରିଛନ୍ତି ବୋଲି ଝିଅର ବାପା ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପୁଲିସ ନିର୍ଯାତନା ଅଭିଯୋଗକୁ ପୁଲିସ ପକ୍ଷରୁ ଖଣ୍ଡନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe