ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବର୍ବରତା: ଗଣଦୁଷ୍କର୍ମରେ ବିଫଳ ହୋଇ କଲେଜ ଛାତ୍ରୀଙ୍କୁ ଜାଳିଦେଲେ

Times of India

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା କୁଲୁତାଯୋର ଗ୍ରାମରେ ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଛବିଳ ଭୋଇଙ୍କ ଝିଅ ପଞ୍ଚମୀ ଭୋଇ (୨୨) ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁସାରେ ଗିଧାମାଳ ଗାଁର ତାଙ୍କ ବିବାହ ନେଇ ପ୍ରସ୍ତାବ ଚାଲିଥିଲା। ସୋମବାର ଝିଅ ପରିବାର ଜ୍ୱାଇଁ ଘର ଦେଖା ପାଇଁ ଯାଇଥାନ୍ତେ। ମାତ୍ର ରବିବାର ରାତିରେ ଯୁବତୀ ଜଣକ ନିଜ ଦେହରେ କିରୋସିନ୍‌ ଢାଲି ନିଆଁ ଲଗାଇ ଦେଇଥିଲେ। ପରିବାର ଲୋକ ଯୁବତୀଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ସୋନପୁର ହସ୍‌ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ପୁଲିସକୁ ଖବର ଦେବାକୁ କହିବାରୁ, ସୋନପୁର ଥାନାରେ ଲିଖିତ ଭାବେ ଜଣାଇବା ପରେ ଚିକିତ୍ସା ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବଲାଙ୍ଗୀରରେ ଶବ ବ୍ୟବଚ୍ଛେଦ ପରେ ଅପରାହ୍ନ ୪ଟାରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ତେବେ ଏସଂକ୍ରାନ୍ତରେ କଣ୍ଟାମାଲ ଥାନାରେ ଅଭିଯୋଗ ହୋଇନାହିଁ। ଅପରପକ୍ଷେ କୌଣସି କାରଣରୁ ଯୁବତୀଙ୍କ ବିବାହ ପ୍ରସ୍ତାବ ଭାଙ୍ଗି ଯିବାରୁ ସେ ଆତ୍ମହତ୍ୟା ଭଳି ଏକ ଭୁଲ ନିଷ୍ପତି ନେଇ ଜୀବନ ହାରି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe