ଆନନ୍ଦପୁର: ଆନନ୍ଦପୁର ପୌରାଞ୍ଚଳ ୧୬ ନମ୍ବର ୱାର୍ଡ ଶୈଲଙ୍ଗରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶୈଳେନ୍ଦ୍ର ଜେନାଙ୍କ ବଡ଼ଝିଅ ରଶ୍ମିତା ଜେନା (୨୫)। ଆଜି ଦିନ ପ୍ରାୟ ଗୋଟାଏ ବେଳେ କୁମାର ପୂର୍ଣ୍ଣିମା ପାଇଁ ସଜବାଜ ଚାଲିଥିଲା। ରଶ୍ମିତା ତୁଳସୀ ଚଉରା ନିକଟରେ ଇଲେକ୍ଟ୍ରି ତାର ଲଗାଉଥିଲେ। ଏହି ସମୟରେ ସେ ବିଦ୍ୟୁତ୍ ଆଘାତରେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘସିପୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ସଂଧ୍ୟାରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରଶ୍ମିତା କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଶୈଲଙ୍ଗ ସମବାୟ ସମିତିରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ବିଦ୍ୟୁତ୍ ଆଘାତରେ ଯୁବତୀଙ୍କ ମୃତ୍ୟୁ
Advertisment
Follow Us