bbc
ଲଖନପୁର : ଲଖନପୁର ବ୍ଲକ ବାଦୀମାଲ ଗାଁର ଜଣେ ଯୁବତୀଙ୍କ ଖାଦ୍ୟ ବିଷକ୍ରିୟାରେ ମୃତ୍ୟୁ ଘଟିଥିବା ଜଣାଯାଇଛି।
ସୂଚନା ଅନୁସାରେ ବାଦୀମାଲ ଗାଁର ୧୦ ଜଣ ବ୍ୟକ୍ତି କୌଣସି ଭୋଗ ଖାଇ ଖାଦ୍ୟ ଜନିତ ବିଷକ୍ରିୟାରେ ଆକ୍ରାନ୍ତ ହୋଇଥିଲେ ଏବଂ ସେଥିରୁ ୪ ଜଣ ଆକ୍ରାନ୍ତ ବୁଧବାର ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଗୀତା ଭୋଇ(୪୦) ଏବଂ ଗୁରୁତର ଥିବା ଦୁଇ ମା’ଝିଅ ନୀର ପଧାନ(୫୦) ଓ ପ୍ରିୟଙ୍କା ପଧାନ(୨୦)ଙ୍କୁ ଅଧିକ ଚିକିତ୍ସା ପାଇଁ ଏଠାରୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିଲା। ଏବେ ମଧ୍ୟ ମା’ ନିରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।
Follow Us