ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇ ଯୁବତୀ ଗୁରୁତର

Advertisment
ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇ ଯୁବତୀ ଗୁରୁତର

newsnation.in

ବରପାଲି : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ପତେଇପାଲି ଗ୍ରାମର ଜନୈକା ଯୁବତୀ ବର୍ଷା ବଢ଼େଇ (୧୮) ଘରେ କେହି ନଥିବା ବେଳେ କବାଟ ଦେଇ ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଧୂଆଁ ବାହାରୁଥିବା ଦେଖି ପାଖପଡ଼ିଶା ଲୋକେ ଧାଇଁ ଆସି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ତାଙ୍କ ଶରୀରର ଅଧିକାଂଶ ଅଂଶ ଜଳିଯାଇଥିଲା। ତାଙ୍କ ବଡ଼ଭାଇ ପ୍ରଶାନ୍ତ ବଢ଼େଇ ଆମ୍ବୁଲାନ୍ସ ସହାୟତାରେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ରେଫର୍‌ କରିଥିଲେ। ବର୍ଷାଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ବୋଲି ତାଙ୍କ ପରିବାର ଲୋକଙ୍କଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe