ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଷ୍ଟେସନରୁ କିଛି ଦୂରରେ ଜଣେ ଯୁବତୀ ମାଲଗାଡ଼ି ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ପରିଚୟ ମିଳିପାରିନାହିଁ। ଖବରପାଇ ରେଳବାଇ ପୁଲିସ ଶବ ଜବତ କରି ରେଢ଼ାଖୋଲ ଉପଖଣ୍ଡ ହସ୍ପିଟାଲକୁ ପଠାଇଛି। ଶନିବାର ଭୋର୍ ସମୟରେ ଘଟିଛି ଏହି ଘଟଣା। ଯୁବତୀ ଜଣଙ୍କ କେଉଁ ଅଞ୍ଚଳର ବୋଲି ସୂଚନା ମିଳି ନାହିଁ।

ଟ୍ରେନ୍ ଚାଳକଙ୍କଠାରୁ ସୂଚନା ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଯୁବତୀଙ୍କ ପରିଚୟ ଜାଣିବାକୁ ପାଇଁ ରେଳବାଇ ପୁଲିସ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe