Young woman jumped over Kharsrota from Gobindpur bridge Photograph: (sambad.in)
ଆଳି: ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିଥାନା ଗୋବିନ୍ଦପୁର ସେତୁ ଉପରୁ ବନ୍ୟାପାଣିରେ ଉବୁଟୁବୁ ଖରସ୍ରୋତାର ଉଛୁଳା ନଈକୁ ଜନୈକା ୧୯ ବର୍ଷିୟା ଯୁବତୀ ଡେଇଁ ପଡ଼ିଛନ୍ତି।
ଖରସ୍ରୋତାର ଭରାନଈକୁ ଡେ଼ଇଁଥିବା ଯୁବତୀ ଜଣଙ୍କ ଆଳିଥାନା ଗୋବିନ୍ଦପୁର ଗ୍ରାମର ବୋଲି ଜଣାପଡିଛି।
ପାରିବାରିକ କଳହ କାରଣରୁ ଯୁବତୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ସେତୁ ଉପରେ ନିଜ ସାଇକେଲ ରଖି ଯୁବତୀ ଜଣକ ନଈକୁ ଡେଇଁବା ପରେ ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି।
Kendrapara
Follow Us